Breaking News

ସତ୍ୟବାଦୀ ରେ ନିଶାକୁ ନା କାର୍ଯ୍ୟକ୍ରମ ଅନୁଷ୍ଠିତ


ସାକ୍ଷୀଗୋପାଳ ---- ସତ୍ଯବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ପରିସରରେ  "ନିଶାକୁ ନା " ସଚେତନତା  ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ । ଶ୍ରୀ ସ୍ମୃତି ଶେଖର ସାହୁ, ଉପସଭାପତି ଓଡ଼ିଶା ସ୍ୱାସ୍ଥ୍ୟ ସେବା ସଂଘ ଭୁବନେଶ୍ୱର, ଶ୍ରୀ ବିଜୟ କୁମାର ପରିଡ଼ା , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସଂପାଦକ  ଭାରତ ବିକାଶ ପରିଷଦ , ସତ୍ୟବାଦୀ , ଶ୍ରୀ ନବଘନ ଶତପଥି, ସଭାପତି ଭାରତ ବିକାଶ ପରିଷଦ ସତ୍ୟବାଦୀ , ଶ୍ରୀ ଜ୍ୟୋତି ରଞ୍ଜନ ଭାରତୀ, ନିର୍ଦ୍ଦେଶକ ଆସ୍ଥା ,ତୁଳସୀ ଚଉରା ,ଚନ୍ଦନପୁର , ସୁଶ୍ରୀ ହରୁପ୍ରିୟା କର ,ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ , ଶ୍ରୀ ମନୋରଞ୍ଜନ ମିଶ୍ର , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ,ଶ୍ରୀ ଯୋଗେଶ ଚନ୍ଦ୍ର ନାୟକ ପ୍ରଧାନଶିକ୍ଷକ ,ବୀରଗୋବିନ୍ଦପୁର ଉଚ୍ଚବିଦ୍ୟାଳୟ ପ୍ରମୁଖ ଯୋଗ ଦେଇ  ନିଶାର କୁପ୍ରଭାବ ବିଷୟରେ ପିଲାମାନଙ୍କୁ ସଚେତନ କରାଇବା ସହ ନିଶାଠାରୁ ଦୁରେଇ ରହିବା ପାଇଁ ଶପଥ ପାଠ କରାଇଥିଲେ । ବିଦ୍ୟାର୍ଥୀମାନେ ନିଶାର କୁପରିଣତି ଆଧାରିତ କୁଇଜ୍‌ରେ ଭାଗନେଇ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଦିବ୍ୟ ଜ୍ୟୋତି ବରାଳ ଓ ଛାତ୍ର ବିଭୁପ୍ରସାଦ ପ୍ରମୁଖ ଆଲୋଚନା ଚକ୍ରଟି ବିଦ୍ୟାର୍ଥୀମାନଙ୍କୁ  ନିଶାର ଉଦ୍ବବେଗ ଜନକ କୁପ୍ରଭାବରୁ ରକ୍ଷା କରିବାରେ ସହାୟକ ହୋଇପାରିବ ବୋଲି ଅଭିମତ ପ୍ରଦାନ କରିଥିଲେ । ଶେଷରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ  କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମଚାରୀଙ୍କ ସହଯୋଗରେ ଆଲୋଚନା ଚକ୍ରଟି ସଫଳ ହୋଇଥିଲା । ନିଜ ପାଇଁ ହସିବା ପାଇଁ ପିଲାମାନଙ୍କ ସହ ପ୍ରାୟ ୫ ପ୍ରକାର ହସ ହସି ହସାଇ ପିଲାମାନଙ୍କ ହୃଦୟ ଜିତିଥିଲେ । ନିଶାର ପ୍ରଭାବରୁ ଆମ କୋମଳମତି ବିଦ୍ୟାର୍ଥି ତଥା ତରୁଣମାନଙ୍କୁ ରକ୍ଷାକରିବା ପାଇଁ ମିଳିମିଶି ଉଦ୍ୟମ କରିବାକୁ ଆହ୍ଵାନ ଦେଇଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୭/୨୦୨୫---୮,୨୫ Sakhigopal News,21/7/2025

Blog Archive

Popular Posts