ଭୁଲ ରିପୋର୍ଟ ଦେଇ ଗିରଫ ହେଲେ ରାଜସ୍ବ ନୀରିକ୍ଷକ
Revenue inspector arrested for misrepresentation
ଭଞ୍ଜନଗର---+ ଅମିନ ଥିବାବେଳେ ଭୁଲ୍ ରିପୋର୍ଟ ଦେଇଥିଲେ । ରାଜସ୍ବ ନୀରିକ୍ଷକ ହେଲା ପରେ , ଧରାପଡ଼ି ବନ୍ଧାହେଲେ । ଏମିତି ଏକ ଜାଲିଆତି ଘଟଣା ର ଖୁଲାସା କରି ସଂପୃକ୍ତ ଅଭିଯୁକ୍ତ କୁହାଯାଉଥିବା ଜଣେ ଅଧିକାରୀ ଙ୍କୁ ଗିରଫ କରିଛି ଭଂଜନଗର ଥାନା ପୋଲିସ । ଏହି ଥାନା ଅନ୍ତର୍ଗତ ଗାମୁଣ୍ଡି ଗାଁ ର ସୂର୍ଯ୍ୟମଣି ପ୍ରଧାନ (୬୦) ଙ୍କ ଅଭିଯୋଗ ପ୍ରକାରେ ତଦନ୍ତ କରି ମାହାଙ୍ଗା ଠାରେ କାର୍ଯ୍ୟରତ ରାଜସ୍ବ ନୀରିକ୍ଷକ ଦିଲ୍ଲୀପ କୁମାର ମହାନ୍ତିଙ୍କୁ ଗିରଫ କରିଛି ଭଂଜନଗର ଥାନା ପୋଲିସ । ଥାନା ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଗତ ୦୮-୦୯-୨୧ ତାରିଖରେ ଗାଁମୁଣ୍ଡି ଗାଁ ର ସୂର୍ଯ୍ୟମଣି ପ୍ରଧାନ ଏତଲା ଦେଇଥିଲେ । ତାଙ୍କ ପରିବାର ର ୪ ପୁଅ ଓ ଝିଅ ଙ୍କ ମଧ୍ୟରେ ଘର ଓ ଜମିଜମା ସଂକ୍ରାନ୍ତୀୟ ଲିଗାଲ୍ ହେୟାର ପ୍ରମାଣ ପତ୍ର ପାଇଁ , ଗାମୁଣ୍ଡି ଆର୍ ଆଇ ଅଫିସ ରେ ଆବେଦନ ହୋଇଥିଲା । ଏଠାରେ ଥିବା ତତ୍ କାଳୀନ ଅମିନ ସଂପୃକ୍ତ ପ୍ରମାଣ ପତ୍ର ବାବଦରେ କୈାଣସି ସଠିକ୍ ଅନୁସନ୍ଧାନ ନକରି , ଜାଣିଶୁଣି ଭୂଲ ରିପୋର୍ଟ ଦେଇଥିଲେ । ପରବର୍ତ୍ତୀ ସମୟରେ ସେହି ରିପୋର୍ଟ ଆଧାରରେ ସଂପୃକ୍ତ ସ୍ଥାନର ପଟ୍ଟା ହୋଇଥିଲା । ଏନେଇ ପରିବାର ର ଅନ୍ୟ ଉତ୍ତରାଧିକାରୀ ମାନେ ଅଭିଯୋଗ କରିବାରୁ ଭଂଜନଗର ଥାନା ରେ ଏତଲା ଦିଆଯାଇଥିଲା । ପୋଲିସ ତଦନ୍ତ ପରେ ଜଣାପଡ଼ିଲା ଲିଗାଲ ହେୟାର ସାର୍ଟିଫିକେଟ ରେ ଭୁଲ୍ ରିପୋର୍ଟ ଦିଆଯାଇଛି । ପୋଲିସ ଖୋଜିଲା ସଂପୃକ୍ତ ଅମିନ ଦିଲ୍ଲିପ କୁମାର ମହାନ୍ତି ଙ୍କୁ । ସେତେବେଳକୁ ଅମିନ ଦିଲ୍ଲିପ କୁମାର ପଦୋନ୍ନତି ପାଇ ମାହାଙ୍ଗା ଠାରେ ରାଜସ୍ବ ନୀରିକ୍ଷକ ହୋଇଥିଲେ । ତେବେ ଅତୀତରେ କରିଥିବା ଭୁଲ୍ କୁ ଆଧାର କରି ଦିଲ୍ଲିପ ଙ୍କୁ ମାହାଙ୍ଗା ରୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି , ଭଂଜନଗର ଥାନାଧିକାରୀ ଧିରେଶ କୁମାର ଦାସ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୪/୨୦୨୨----୧୦,୧୫ Sakhigopal News,27/4/2022