Breaking News

ମୋ ପରିବାର ଓ ଜୀବନ ବିନ୍ଦୁର ସହଯୋଗରେ କଣ୍ଟି ପଞ୍ଚାୟତରୁ ୭୨ୟୁନିଟ୍ ରକ୍ତ ସଂଗ୍ରହ

With the help of my family and the point of life, I collected 42 units of blood from the county panchayat.


ପିପିଲି--- ପିପିଲି ବ୍ଲକ ଅର୍ନ୍ତଗତ କଣ୍ଟିି ପଞ୍ଚାୟତ କଲ୍ୟାଣମଣ୍ଡପ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବୁଧବାର ଅନୁଷ୍ଠିତ ହେ।।ଇଯାଇଛି । ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁର ସହଯୋଗରେ ଆୟୋଜିତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ,ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେଡି ସଂପାଦକ ପ୍ରୀୟବ୍ରତ ସାମନ୍ତରାୟ,ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ପିପିଲି ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ ,ପୁରୀ ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଜିଲା ବିଜେଡି ସାଧାରଣ ସଂପାଦକ କିଶୋର ଛୋଟରାୟ, ଜିଲା ପରିଷଦ ଧରଣୀଧର ସାହୁ ଓ ସୁଶ୍ରୀ ସଙ୍ଗିତା ବେହେରା, ସ୍ଥାନୀୟ ସରପଞ୍ଚ ମୋନାଲିଶା ହରିଚନ୍ଦନ ,ବିଜେଡି ନେତା ଇଶ୍ୱର ପ୍ରସାଦ ଦାଶ,ଯୁବନେତା ବିଷ୍ଣୁପ୍ରସାଦ ଦଳେଇ,ଧିରେଶ ଖଟେଇ. ଲିଙ୍କନ ପଟ୍ଟନାୟକ,ମକର ପ୍ରଧାନ ଓ କଣ୍ଟି ପଞ୍ଚାୟତ ବିଜେଡି ସଭାପତି ଦୁର୍ଯ୍ୟୋଧନ ପରିଡା ,ତପନ ନାୟକ,ବିଶ୍ୱଜିତ ଦାଶ,ଛାତ୍ରନେତା ଜ୍ୟୋତି ରଞ୍ଜନ ପୁଷ୍ଟି ,ସୋମ୍ୟରଞ୍ଜନ ମହାପାତ୍ର,ପିକୁ ପ୍ରଧାନ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଡାକ୍ତର ତନୁଶ୍ରୀ ଶତପଥି , ଲୋକ ସମ୍ପର୍କ ଅଧିକାରୀ ସାରଦାକାନ୍ତ ଚୈାଧୁରୀଙ୍କ ସମେତ ୭ଜଣ ସ୍ୱାସ୍ଥ୍ୟ କର୍ମଚାରମାନେ ଏହି ଶିବିରରେ ଉପସ୍ଥିତ ରହି ୭୨ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ । ମନ୍ତ୍ରୀ  ଓ ବିଧାୟକ ଶ୍ରୀ ମହାରଥୀ  ରକ୍ତଦାତା ମାନଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରିଥିଲେ ।   ପିପଲିରୁ ବିଜୟ କୁମାର ମହାପାତ୍ର, ୨୦/୪/୨୦୨୨                            


Blog Archive

Popular Posts