ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
ଭଞ୍ଜନଗର - ଭଂଜନଗର ଉପଖଣ୍ଡ ପୋଲିସ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଥାନା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା । ଏହି ଥାନା ଅନ୍ତର୍ଗତ ତରଫ ଗାଁକୁ ଲାଗିରହିଥିବା ଜଙ୍ଗଲ ନିକଟରେ ଚାଲିଥିବା ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରି ୧୯ ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ, ୪ ଲକ୍ଷ ୪ ହଜାର ଟଙ୍କା ଜବତ କରିବା ସହ ୨ ଟି କାର୍ , ୫ ଟି ବାଇକ୍, ୧୯ ଟି ମୋବାଇଲ ଜବତ ହୋଇଛି । ପାଲ ଟାଣି, ବିଳମ୍ବିତ ରାତିରେ ଚାଲିଥିଲା ଜୁଆ ଖେଳ । ଗଂଜାମ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଏସଡିପିଓ ଡ. ଦୀପକ୍ କୁମାର ମିଶ୍ରଙ୍କ ନେତୃତ୍ବରେ ବେଲଗୁଣ୍ଠା ଓ ଜଗନ୍ନାଥପ୍ରସାଦ ପୋଲିସ ଟିମ୍ ଏହି ଚଢାଉ କରିଥିଲେ । ଘଟଣାର ଅଧିକ ତନାଘନା ଚାଲିଥିବା ନେଇ କହିଛନ୍ତି ଭଂଜନଗର ଏସଡ଼ିପିଓ ଶ୍ରୀ ମିଶ୍ର । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୫/୭/୨୦୨୫---୭,୩୫ Sakhigopal News,25/7/2025