Breaking News

ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟକୁ ସହଯୋଗର ହାତ ବଡାଇଛନ୍ତି କିଟ ଓ କିସ ବିଶ୍ୱବିଦ୍ୟାଳୟ

Kit and Kiss University extends a helping hand to Utkalmani Gopbandhu Memorial College.
 ସାକ୍ଷୀଗୋପାଳ---- ପୁରୀ ଜିଲ୍ଲାର ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଉନ୍ନତି ପାଇଁ  ସହଯୋଗର ହାତ ବଡାଇଛନ୍ତି ରାଜ୍ୟର ସୁନାମଧନ୍ୟ କିଟ୍ ଓ କିସ୍ ଦୁଇ ବିଶ୍ୱବିଦ୍ୟାଳୟ ବୋଲି ଜଣାପଡିଛି । ଏହି ଦୁଇ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ଜାତୀୟ ସମ୍ପାନ କିଟ ବିଶ୍ୱବିଦ୍ୟାଳୟ ପରିସରର କ୍ୟାମ୍ପସ ଛଅ ଅଡିଟୋରିୟମ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ବିଭିନ୍ନ ଜିଲ୍ଲାରୁ ଦୁଇଶହରୁ ଅଧିକ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନେ ଯୋଗ ଦେଇଥିଲେ । ପୁରୀ ଜିଲ୍ଲାର ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଏଥିରେ ସାମିଲ ହେବା ପାଇଁ ଯୋଗ୍ୟ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରତିକାନ୍ତ ପରିଡା କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ଡଃ  ସସ୍ମିତା ସାମନ୍ତଙ୍କ ମଧ୍ୟରେ ଆସନ୍ତା ତିନିବର୍ଷ ପାଇଁ ଏକ ଚୁକ୍ତନାମା(ଏମଓୟୁ) ସ୍ୱାକ୍ଷରିତ ହୋଇଛି ବୋଲି ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ .ଶ୍ରୀ ପରିଡା ଜଣାଇଛନ୍ତି । ଏହି ଚୁକ୍ତିନାମା ମାଧ୍ୟମରେ ଆସନ୍ତା ଦିନରେ କଲେଜର ଶିକ୍ଷା ସହିତ ସମସ୍ତ କାର୍ଯ୍ୟକ୍ରମ ତଥା ନାକ ଅର୍କେଡିସେନ ପାଇଁ କିଟ ଓ କିସ୍ ବିଶ୍ୱବିଦ୍ୟାଳୟ ତରଫରୁ ସମସ୍ତ ସହଯୋଗ ଓ ପରାମର୍ଶ ମାଗଣାରେ ଯୋଗାଇ ଦେବେ ।  ଏହି ଚୁକ୍ତନାମା ଯୋଗୁ ମହାବିଦ୍ୟାଳୟର ଚାତ୍ରଛାତ୍ରୀ ଓଅଧ୍ୟାପକ, ଅଧ୍ୟାପିକା ମାନେ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ଭ୍ରମଣ ସହିତ ସେଠାକାର ଲାଇବ୍ରେରୀର ସୁବିଧା ନେଇ ପାରିବେ । ମହାବିଦ୍ୟାଳୟ ପାଇଁ ଏକ ଗୌରବର ବିଷୟ ବୋଲି ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଛାତ୍ର ଛାତ୍ରୀ ମାନେ କହିଛନ୍ତି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୪/୨୦୨୨ 

  Sakhigopal News, 20/4/2022


Blog Archive

Popular Posts