ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷା ପାଇଁ ତାଲିମ ଶିବିର
Student self-defense training camp
ବରଗଡ଼ ---ଲରମ୍ଭା ମହାବିଦ୍ୟାଳୟରେ ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଅତାବିରା ବ୍ଲକ ସ୍ଥିତ ଅଗ୍ରଣୀ ଶିକ୍ଷାକ୍ଷେତ୍ର ଲରମ୍ଭା ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଆଠ ଦିନ ଧରି ଅନୁଷ୍ଠିତ ହେବ । ପ୍ରଥମ ଦିବସରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଶିବିରର ପରିଚାଳକ ଶ୍ରୀ ହରିଶ ପାତ୍ର , ଟ୍ରେନର ସୁଜାତା ଭୋଇ ଓ ସ୍ନେହଲତା ଥାଟି ତାଲିମ ପ୍ରଦାନ କରିଥିଲେ । ସଂପ୍ରତି ସମୟରେ ବିଭିନ୍ନ ଅପ୍ରୀତିକର ଆକସ୍ମିକ ଘଟଣାର ମୁକାବିଲା ପାଇଁ କିଭଳି ପ୍ରସ୍ତୁତ ରହିବେ ସେେସମ୍ପର୍କରେ ତାଲିମ ଦିଆଯିବ । ମହାବିଦ୍ୟାଳୟର ଏନ.ସି.ସି ନାଭାଲ ଅଧିକାରୀ ଶ୍ରୀ ସରୋଜ କୁମାର ନାୟକ ,ଏନ.ଏସ.ଏସ ଅଧିକାରୀ ଡଃ ଅଜିତ କୁମାର ନାଥ,କ୍ୟାରିୟର କାଉନସିଲର ଅଧିକାରୀ ଶ୍ରୀ ପବିତ୍ର କୁମାର ମାହାଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ କରିଥିଲେ ।

ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୪/୨୦୨୨-୧୦,୨୫
Sakhigopal News ,16/4/2022