Breaking News

ଯୌତୁକ ନିର୍ଯ୍ୟାତନା ଥାନାରେ ସ୍ୱାମୀ, ଶାଶୁ ଓ ଶଶୁରଙ୍କ ନାମରେ ଅଭିଯୋଗ

Complaints in the name of husband, mother-in-law and father-in-law at the dowry abuse police station.

ସାକ୍ଷୀଗୋପାଳ-----ସତ୍ୟବାଦୀ ଥାନା ଅନ୍ତର୍ଗତ ସାଣ୍ଢରା ଗ୍ରାମର ସୁନିତା ମିଶ୍ର ୬ବର୍ଷ ତଳେ ଭଲ ପାଇ ବୀରରାମଚନ୍ଦ୍ରପୁର ପଞ୍ଚାୟତର ବାଲିସାହି ଗ୍ରାମର ମୁନା ମିଶ୍ରଙ୍କ  ବାହା ହୋଇଥିଲେ । ଏବେ ତାଙ୍କର ଗୋଟିଏ ୨ବର୍ଷର ଝିଅ ରହିଛି । କିଛି ଦିନ ଭଲରେ ଶାଶୁ ଘରେ କଟିଥିଲା । କିଛି ଦିନ ପରେ  ଟିକିଏ ଟିକିଏ କଥା ରେ ଶାଶୁ , ସ୍ୱାମୀ ଓ ଶଶୁର ମାରଧର କରିବାସହ ଗାଳିମନ୍ଦ କରି ଆସୁଥିଲେ । ଶେଷରେ ସୁନିତାକୁ ତାଙ୍କ ବାପ ଘରୁ ଅଧିକ ଯୌତୁକ ଆଣିବା ପାଇଁ କହିବା ସହ ମାରଧର କରୁଥିଲେ । ସହିବା କଷ୍ଟକର ହୋଇପଡିବାରୁ ଶେଷରେ ସୁନିତା ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଉପରେ ୧୩୪/୨୨ରେ ଏକ କେସରୁଜ କରି ତଦନ୍ତ ଜାରି ରହିଛି ବୋଲି ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୪/୨୦୨୨---୫,୧୦  

 Sakhigopal News, 30/4/2022

Blog Archive

Popular Posts