ନିଜ ବନ୍ଧୁକ ଗୁଳିରେ, ନିଜେ ଆହତ
He was shot and wounded.
ଭଞ୍ଜନଗର - ବନ୍ଧୁକ ଧରି ବାରହା ଶିକାର କରିବାକୁ ଯାଇଥିଲେ ଜଣେ ଶିକାରୀ । ହେଲେ ବାରହା କୁ ଶିକାର କରିବା ବଦଳରେ ନିଜ ବନ୍ଧୁକ ଗୁଳିଫୁଟି ନିଜେ ଆହତ ହୋଇଛନ୍ତି ଶିକାରୀ । ଏହି ଘଟଣା ଘଟିଛି ଗାଙ୍ଗପୁର ଥାନା ଅନ୍ତର୍ଗତ ଖାରିଗୁଡା ଗାଁ ନିକଟରେ । ସୂଚନା ପ୍ରକାରେ ଜନୈକ ବ୍ୟକ୍ତି ବାରହା ଶିକାର କରିବାକୁ ବନ୍ଧୁକ ଧରି ଯାଉଥିବା ବେଳେ ସେହି ବନ୍ଧୁକରୁ ଗୁଳିଫୁଟି ନିଜେ ଶିକାରୀ ଜଣକ ଗୁରୁତର ଆହତ ହୋଇଛନ୍ତି ।
ଅସାବଧାନତା ଯୋଗୁଁ ଶିକାରୀ ଜଣକ ଧରିଥିବା ବନ୍ଧୁକରୁ ଗୁଳିଫୁଟି ବାମ ହାତରେ ଗୁଳିଟି ବାଜିଥିଲା ।
ଆହତ ଅବସ୍ଥାରେ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲ ରେ ଭର୍ତି ହୋଇଛନ୍ତି । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବିଶେଷ ସୁତ୍ରରୁ ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୨୯/୪/୨୦୨୨-----୯,୧୦
Sakhigopal News,29/4/2022