ବଡ଼ମାଲ ଫାଣ୍ଡିରୁ ୨ ଅଭିଯୁକ୍ତ ଫେରାର, ୩ କନେଷ୍ଟବଳ ନିଲମ୍ବିତ
ବଲାଙ୍ଗିର:ସଇଁତଲା:ସଇଁନ୍ତଲା ଥାନା ଅନ୍ତର୍ଗତ ବଡ଼ମାଲ ଫାଣ୍ଡିରୁ ଗତକାଲି ବିଳମ୍ବିତ ରାତିରେ ୨ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଉକ୍ତ ଘଟଣାକୁ କେନ୍ଦ୍ର କରି ୩ଜଣ କନେଷ୍ଟବଳ ସତ୍ୟବାନ୍ ରାଉତ, ଅଶ୍ୱିନୀ ସେଠ୍ ଓ ସୁନୀଲ କୁମାର ମିଞ୍ଜଙ୍କୁ ଏସପି ନୀତିନ କୁଶଲକର ନିଲମ୍ବନ କରିଥିବା ଜଣାପଡ଼ିଛି ।
ମିଳିଥିବା ରିପୋର୍ଟ ମୁତାବକ, ଗତ ୧୮ ତାରିଖରେ ସଇଁନ୍ତଲା ଥାନା ଅନ୍ତର୍ଗତ ବେଲଗା ଫାଣ୍ଡି ଅଧିନସ୍ଥ ବିନ୍ଧନବାହାଳି ମଦ ଭାଟିରୁ କିଛି ବ୍ୟକ୍ତି ଭାଟି ମ୍ୟାନେଜର ପିଣ୍ଟୁ ସିଂଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟିଥିବା ନେଇ ସଇଁନ୍ତଲା ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ସଇଁନ୍ତଲା ପୁଲିସ ତଦନ୍ତ କରୁଥିବାବେଳେ ଗତ ୨ଦିନ ହେଲା ୨ ଯୁବକକୁ ପୁଲିସ ବଡ଼ମାଲ ଫାଣ୍ଡିରେ ଅଟକ ରଖିଥିଲା । ଗତକାଲି ବିଳମ୍ୱିତ ରାତିରେ ୨ ଯୁବକ ବଡ଼ମାଲ ଫାଣ୍ଡିରେ ଖାଇ ସାରିବା ପରେ ହାତ ଧୋଇ ଗଲାବେଳେ ଫେରାର ମାରିଥିଲେ । ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ଓ ବଡ଼ମାଲର କିଛି ଘରୋଇ ସିକ୍ୟୁରିଟି ୨ ଅଭିଯୁକ୍ତଙ୍କୁ ଖୋଜାଖୋଜି କରିଥିଲେ । ଖବର ପାଇ ସଇଁନ୍ତଲା ଥାନାଧିକାରୀ ଅବନୀ ସାହୁ ବଡ଼ମାଲ ଫାଣ୍ଡିକୁ ଆସି ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରିଥିଲେ । ପରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ ମଧ୍ୟ ଆସି ଛାନଭିନ ଆରମ୍ଭ କରିଥିଲେ ମଧ୍ୟ ଫେରାର ହୋଇଯାଇଥିବା ଦୁଇ ଜଣଙ୍କୁ ଧରିବା ରେ ବିଫଳ ହୋଇଛନ୍ତି ।
ବଲାଙ୍ଗୀର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ ,୨୮/୪/୨୦୨୨-----୮,୨୦ Sakhigopal News,28/4/2022