Breaking News

୨୫ ହଜାର ଟଙ୍କା ଓ ମୋବାଇଲି ଲୁଟ ଘଟଣା ; ଜଣେ ଗିରଫ

25,000 rupees and mobile looting; One arrested


ସାକ୍ଷୀଗୋପାଳ -----ସତ୍ୟବାଦୀ ଥାନା ଅନ୍ତର୍ଗତ କାଦୁଆ ଛକରେ ଥିବା ତାରା ତାରେଣୀ ଡାବାରୁ ଜଣେ ଯୁବକ ଅତି ଚତୁରାତର ସହ କ୍ୟାସ ବାକ୍ସରୁ ୨୫ ହଜାର ଟଙ୍କା ଏକ ମୋବାଇଲି ଲୁଟି ନେବାରେ ସକ୍ଷମ ହୋଇଥିଲା । ସତ୍ୟବାଦୀ ଥାନାରେ ଅଭିଯୋଗ କରିବା ପରେ ସତ୍ୟବାଦୀ ପୋଲିସ ୧୧୯/୨୨ରେ ଏକ ମାମଲା ରୁଜ କରି ଘଟଣାକୁ ଗୁରୁତର ଭାବେ ତଦନ୍ତ କରିଥିଲେ ।  ପୁରୀର ଜଣେ ଅବସରପ୍ରାପ୍ତ ପୋଲିସ ହାବିଲଦାରଙ୍କ ପୁଅ ରତି ରଞ୍ଜନ ମାର୍ଥା ଏହି ଘଟଣା ଘଟାଇ ପୋଲିସ ଆଖିରେ ଧୁଳି ଦେଇ ବୁଲୁଛି । ସତ୍ୟବାଦୀ ପୋଲିସ ଅତି ଚତୁର ସହକାରେ ଏକ ଟିମ ଗଠନ କରି ମାର୍ଥାଙ୍କୁ କାବୁ କରିବା ପରେ ଲୁଟ କରିଥିବା ୨୫ ହଜାର ଟଙ୍କା ଓ ମୋବାଇଲି ପୋଲିସ ଜବତ କରିବାରେ ସକ୍ଷମ ହୋଇଛି । ଏହି ଅଭିଯୁକ୍ତ ମାର୍ଥାଙ୍କ ନାମରେ ପୁରୀ କୁମ୍ଭାରପଡା ଥାନାରେ ୫ଟି ବିଭିନ୍ନ କେସରେ ଜଡିତ ଥବା ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି । ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯିବ ବୋଲି ଜଣାପଡିଛି ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୪/୨୦୨୨---9,40  Sakhigopal News, 21/4/2022

Blog Archive

Popular Posts