ମନ୍ଦିରରୁ ମୂର୍ତ୍ତି ଚୋରୀ ଘଟଣାକୁ ପୁରିଲା ଦୁଇମାସ; ପ୍ରତିଷ୍ଠା ହେବେ ସାତଗୋଟି ଦେବାଦେବୀ
Two months have passed since the theft of the idol from the temple; Seven deities will be established
ସାକ୍ଷୀଗୋପାଳ----- ସାତ୍ୟବାଦୀ ଥାନା ଅନ୍ତର୍ଗତ ନୂଆସମେଶ୍ୱରପୁର ଗ୍ରାମ ମୁଣ୍ଡରେ ଥିବା ଗୋପିନାଥ ମନ୍ଦିରରୁ ଫେବୃଆରି ୧୩ ତାରିଖରେ ପୂଜା ପାଉଥିବା ଅଷ୍ଟଧାତୁରେ ନିର୍ମିତ ମା ଦୁର୍ଗା, ଶ୍ରୀ ରାଧାକୃଷ୍ଣ, ଶ୍ରୀ ମଦନମୋହନ, ଶ୍ରୀଚନ୍ଦ୍ରଶେଖର ଓ ମା ପାର୍ବତୀଙ୍କ ପ୍ରତିମୂର୍ତ୍ତି ଗୁଡିକ ଚୋରୀ ହୋଇଯାଇଥିଲା । ଏହି ମୂର୍ତ୍ତି ଗୁଡିକ ହଜାର ହଜାର ବର୍ଷ ତଳର । କାହିଁ କେଉଁ କାଳରୁ ଏହି ମନ୍ଦିରରେପୂଜା ପାଇ ଆସୁଥିଲେ । ଚୋରୀ ହେବାର ଦୁଇ ମାସରୁ ଅଧିକ ହେବା ପରେ ଗ୍ରାମ ବାସୀ ମାନେ କେବଳ ପର୍ବ ପର୍ବାଣୀରେ ଠାକୁର, ଠାକୁରାଣୀଙ୍କ ପ୍ରତିମୂର୍ତ୍ତି ବଦଳରେ ଗୁଆ ଥୋଇ ନୀତିକାନ୍ତି କରୁଛନ୍ତି । ମନ୍ଦିରରେ ଥିବା ସିଂହାସନ ଖାଲି ପଡିଛି । ଏହାକୁ ନଜର କରି ମନ୍ଦିର ପରିଚାଳନା କମଟି ଓ ଗ୍ରାମବାସୀଙ୍କ ମିଳିତ ବୈଠକରେ ନିସ୍ପତି ଅନୁଯାୟୀ ଏକ ଚାରିଦିନ ଧରି ଏକ ଯଜ୍ଞ କରାଯାଇ ଠାକୁର ମାନଙ୍କର ପ୍ରାଣପ୍ରତିଷ୍ଠା କରାଯାଇ ମନ୍ଦିରକୁ ପ୍ରବେଶ କରାଯିବ ବୋଲି ନିସ୍ପତି ଗ୍ରହଣ କରାଯାଇଛି । ଏହି ଅବସରରେ ମନ୍ଦିର ସଫେଇ କରାଯିବା ସଂ ମନ୍ଦିର ରଙ୍ଗ କରାଯାଇଛି । ଗ୍ରାମରେ ଏବେ ଠାରୁ ପ୍ରସ୍ତୁତି ଯୋରସୋର ଆରମ୍ଭ ହୋଇଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୪/୨୦୨୨---୯,୪୦
Sakhigopal News, 19/4/2022