Breaking News

ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି




ଜଟଣୀ :--ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ସ୍ୱୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍ (ଏଟିଭିଏମ) ବ୍ୟବହାରରେ ଯଥେଷ୍ଟ ବୃଦ୍ଧି ରେକର୍ଡ କରିଛି । ଯାହା ଯାତ୍ରୀ ସୁବିଧା ଏବଂ ଡିଜିଟାଲ୍ ଟିକେଟିଂ ପ୍ରତି ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ସୁଦୃଢ଼ କରିଅଛି । ବିଭିନ୍ନ ରେଳ ଷ୍ଟେସନରେ ସୁବିଧା ପ୍ରଦାନ କରାଯାଇଥିବା ଏଟିଭିଏମ ଗୁଡ଼ିକ ହେଉଛି ଟଚ୍ ସ୍କ୍ରିନ୍-ଆଧାରିତ କିଓସ୍କ ଯାହା ଯାତ୍ରୀମାନଙ୍କୁ ଅଣସଂରକ୍ଷିତ ଏବଂ ପ୍ଲାଟଫର୍ମ ଟିକେଟ୍ କିଣିବାକୁ ସହାୟକ କରୁଛି । ମାସିକ ଏବଂ ତ୍ରୈମାସିକ ସିଜନ୍ ଟିକେଟ୍ ନବୀକରଣ କରିବାକୁ ମଧ୍ୟ ସକ୍ଷମ କରିଥାଏ । ଏହି ମେସିନଗୁଡ଼ିକ ସ୍ମାର୍ଟ କାର୍ଡ ଏବଂ କ୍ୟୁୟାର୍ଡ଼ କୋଡ୍-ଆଧାରିତ ୟୁପିଆଇ ପେମେଣ୍ଟ ସମେତ ବହୁବିଧ ପେମେଣ୍ଟ (ପାଉଣା) ବିକଳ୍ପ ପ୍ରଦାନ କରିଥାଏ ଯାହା ପାରମ୍ପରିକ ଟିକେଟ୍ କାଉଣ୍ଟରରେ ଧାଡ଼ି ଏବଂ ଅପେକ୍ଷା ସମୟକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିଛି। ୨୦୨୪/୨୫ ଆର୍ଥିକ ବର୍ଷରେ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଏଟିଭିଏମ ମାଧ୍ୟମରେ ୨୭,୨୪,୨୯୮ ଟିକେଟ୍ ଜାରି କରିଥିଲା ଯାହା ୪୧,୨୮,୮୬୬ ଯାତ୍ରୀଙ୍କୁ ସେବା ଯୋଗାଇଥିଲା  ଏବଂ ଏଥିରୁ ଦେୟ ବାବଦରେ ୩୦. ୬୯ କୋଟି ରୋଜଗାର କରିଥିଲା ।କେବଳ ୨୫/୨୬ (ଏପ୍ରିଲରୁ ଜୁନ୍) ପ୍ରଥମ ତ୍ରୈମାସିକରେ ଏଟିଭିଏମ ବ୍ୟବହାର ପୂର୍ବ ବର୍ଷର ସମାନ ସମୟ ତୁଳନାରେ ଏକ ଉଲ୍ଲେଖନୀୟ ବୃଦ୍ଧି ପାଇଛି lରାଜସ୍ୱ ଆୟ କ୍ଷେତ୍ରରେ ଏହି ଆଶ୍ଚର୍ଯ୍ୟଜନକ ବୃଦ୍ଧି ଆଂଶିକ ଭାବରେ ଏଟିଭିଏମ ଗୁଡ଼ିକର ବ୍ୟାପକ ଗ୍ରହଣ ଏବଂ ଉନ୍ନତ ଡିଜିଟାଲ୍ ପେମେଣ୍ଟ ସମନ୍ୱୟ ଦ୍ୱାରା ସମ୍ଭବ ହୋଇପାରିଛି। ୨୦୨୪/୨୫ ଆର୍ଥିକ ବର୍ଷରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପରିସୀମା ମଧ୍ୟରେ ୧୯ ଷ୍ଟେସନରେ ୫୭ ଏଟିଭିଏମ ବ୍ୟବସ୍ଥା କରାଯାଇଥିବାବେଳେ ୨୦୨୫ ସୁଦ୍ଧା, ୨୨ଟି ଷ୍ଟେସନରେ ଏହି ସଂଖ୍ୟା ୭୨ଟି ଏଟିଭିଏମ କୁ ବୃଦ୍ଧି ପାଇଛି ।
ସ୍ୱୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍ ଏଟିଭିଏମ ଇଣ୍ଟରଫେସ୍ ହିନ୍ଦୀ, ଇଂରାଜୀ ଏବଂ ଆଞ୍ଚଳିକ ଭାଷାକୁ ଗ୍ରହଣ କରୁଅଛି ଯାହା ପ୍ରଥମ ଥର ବ୍ୟବହାରକାରୀଙ୍କ ସମେତ ସମସ୍ତ ଯାତ୍ରୀଙ୍କ ପାଇଁ ବ୍ୟବହାରର ସହଜତା ସୁନିଶ୍ଚିତ କରେ । ଏହା ସହିତ, ଟିକେଟଗୁଡ଼ିକ ଥର୍ମାଲ୍ ପେପରରେ ମୁଦ୍ରିତ ହୁଏ ଯାହା ଏକ ଦ୍ରୁତ ଏବଂ ପରିବେଶ ଅନୁକୂଳ ସମାଧାନ ପ୍ରଦାନ କରିଥାଏ ।
ଏଟିଭିଏମ ବ୍ୟବହାର ଦ୍ୱାରା ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ସଫଳତା ଭାରତୀୟ ରେଳବାଇର ଡିଜିଟାଲ୍ ଏବଂ କଣ୍ଟାକ୍ଟଲେସ୍ ଟିକେଟିଂକୁ ପ୍ରୋତ୍ସାହିତ କରିବାର ବ୍ୟାପକ ଲକ୍ଷ୍ୟକୁ ପ୍ରତିଫଳିତ କରୁଅଛି ଯାହା ଯାତ୍ରୀମାନଙ୍କୁ ଏକ ଦ୍ରୁତ, ଅଧିକ ସୁବିଧାଜନକ ଏବଂ ଦକ୍ଷ ଯାତ୍ରା ଅଭିଜ୍ଞତା ପ୍ରଦାନ କରୁଅଛି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୭/୨୦୨୫---୭,୨୫ Sakhigopal News,25/7/2025

Blog Archive

Popular Posts