ଅଳଗୁମ ପ୍ରିମିୟର ଲିଗ କ୍ରିକେଟ ମ୍ୟାଚ; ଅଳଗୁମ ଦଳ ବିଜୟୀ
Algum Premier League Cricket Match; Algum team wins
ସାକ୍ଷୀଗୋପାଳ ------- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜାଗେଶ୍ୱରୀ କ୍ରିକେଟ କ୍ଳବ ଅଳଗୁମ ୩୧ନଂ ଜୋନ ସ୍ତରୀୟ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅଳଗୁମ ଦକ୍ଷିଣବାଟି ଗ୍ରାମ ପଡିଆରେ ଚାଲିଛି । ମ୍ୟାଚର ଶେଷ ଲିଗ ମ୍ୟାଚ ଅଳଗୁମ ସହିତ ନରେନ୍ଦ୍ରପୁର କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ମ୍ୟାଚରେ ନରେନ୍ଦ୍ରପୁର କ୍ରିକେଟ ଦଳ ଟଚ ଜିତି ବ୍ୟାଟିଂ କରି ଦଳ ୧୦ ଓଭରରେ ୭ ଉଇକେଟ ହରାଇ ୬୪ରନ କରିଥିଲା । ଜବବାରେ ଅଳଗୁମ ଦଳ ୮ ଓଭର ୨ଟି ବଲରେ ୪ଉଇକେଟ ହରାଇ ୬୫ ରନ କରି ବିଜୟୀ ହୋଇଥିଲା । ମ୍ୟାଚ ପରିଚାଳନା କରିଥିଲେ ଶ୍ରୀପତି ବିଶ୍ୱାଳ ଓ ପବିତ୍ର କୁମାର ସେଠୀ । ୨ ଓଭର ବୋଲିଂ କରି ୯ ରନ ଦେଇ ୪ ଉଇକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ଅଳଗୁମ ଦଳର ବିଶ୍ୱରଞ୍ଜନ ଜେନା ନାମ ଘୋଷଣା କରାଯାଇଥିଲା । ଅଳଗୁମ ଜାଗେଶ୍ୱରି ର୍କିକେଟ କ୍ଳବର ସଦସ୍ୟ ରତିଶି ବିଶ୍ୱାଳ, ଓମ ପ୍ରସାଦ ମହାପାତ୍ର, ଚନ୍ଦନ ହରିଚନ୍ଦନ, ପୂର୍ଣ୍ଣଚନ୍ଦ୍ର ଦାସ ରିତିଶି ବିଶ୍ୱାଳ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୪/୨୦୨୨---୬,୫୦ Sakhigopal News, 27/4/2022