Breaking News

ବାପାକୁ ପୁଅ ମାଡମାରି :ପୁଅ ଗଲା ଜେଲ

Father beats son: Son goes to jail
 ଭଞ୍ଜନଗର- ବାପାକୁ ପୁଅ ମାଡମାରିବା ମହଙ୍ଗା ପଡିଲା । ପୁଅ ଗିରଫ ହୋଇ ଜେଲ ଯାଇଥିବା ଜଣାପଡିଛି । ଅଭିଯୁକ୍ତ ପୁଅ ମୁନା ବେହେରା ।  ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ କଳିଙ୍ଗପଦର ଗ୍ରାମ ନିକଟ ବାଘୁଆ ଗ୍ରାମର  ଧୁବ ବେହେରା  ଘରେ ରଖିଥିବା ଚାଉଳକୁ ପୁଅ ମୁନା ପ୍ରତ୍ୟେକ ଦିନ  ଚାଉଳ କୁ ନେଇ ବାହାରେ ବିକ୍ରି କରି ମଦପାନ କରି ଘରକୁ ଫେରୁଥିଲେ ।ବାପା ଧୁବ ଏହାକୁ ବାରଣ କରିବାରୁ ପୁଅ ମୁନା ଉତକ୍ଷିପ୍ତ ହେଇ ବାପାକୁ ଟାଙ୍ଗିଆରେ ହାତକୁ ମାଡମାରି ଥିଲା ।  ଏହି ଘଟଣାକୁ ନେଇ ବାପା ତାରସିଂ ଥାନାରେ ପୁଅ ମୁନାଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ ।   ଅଭିଯୋଗକୁ ଭିତ୍ତି କରି ତାରସିଂ ଥାନା କେସଂନଂ ୧୨୨/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତ ମୁନାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୪/୨୦୨୨------୪,୨୦  
Sakhigopal News,24/4/2022

Blog Archive

Popular Posts