Breaking News

ଜଟଣୀ ମହାବିଦ୍ୟାଳୟରେ ଯୁବସଂସ୍କାର କାର୍ଯ୍ୟକ୍ରମ


Youth Reform Program at Jatani College
ଜଟଣୀ---- ଯୁବ ସଂସ୍କାର କାର୍ଯ୍ୟକ୍ରମର ତୃତୀୟ ଆଲୋଚନା ଚକ୍ର ଜଟଣୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଇଂରାଜୀ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ. ଝୁନୁରାଣୀ ମହାପାତ୍ର ଅତିଥିଭାବେ ଯୋଗଦେଇ ‘ନୈତିକତା ହିଁ ଜୀବନର ସଫଳ ରୂପାୟନ’ ଶୀର୍ଷକ ଉପରେ +୩ ଶେଷବର୍ଷର ଛାତ୍ରଛାତ୍ରୀମାନଙ୍କୁ  ଆଲୋକପାତ  କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜୀବ କୁମାର କର ଉକ୍ତ କାର୍ଯ୍ୟକ୍ରମରେ ପୌରହିତ୍ୟ କରିବା ସହିତ ମୁଖ୍ୟ ଅତିଥିଙ୍କୁ ଉପଢୌକନ ପ୍ରଦାନ କରିବା ସହିତ ସମ୍ମାନୀତ କରିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ଡ. ପ୍ରଶାନ୍ତ କୁମାର ପାଣିଗ୍ରାହୀ ଅତିଥ୍ ପରିଚୟ ଓ ସାଗତ ଭାଷଣ ଦେଇଥିଲେ । ସଂଯୋଜକ ଡ. ତପନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରରେ ପ୍ରାଧ୍ୟାପିକା କଳ୍ପନା ସାହୁ, ପାରମିତା ପ୍ରହରାଜ, ଅନୀଲ ନନ୍ଦ, ପବିତ୍ରା ପଦ୍ମାସନା, ଗଣେଶ୍ୱର ମଲ୍ଲିକ, ଡ. ଆଲୋକ କୁମାର ଛୋଟରାୟ, ସସ୍ମିତା ପଣ୍ଡା, ବିଶ୍ବଜିତ୍ ଜେନା, ଦୀପସୁନ୍ଦର ବେହେରା ଓ ପ୍ରତାପ କୁମାର ମହାପାତ୍ର ପ୍ରମୁଖ ଭାଗ ନେଇଥିଲେ । ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ମନରେ ଆସିଥିବା କେତେକ ପ୍ରଶ୍ନର ଉତର ମୁଖ୍ୟ ଅତିଥ ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ ।

ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୪/୨୦୨୨----୯,୪୦   Sakhigopal News,16/4/2022

Blog Archive

Popular Posts