ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
ଜଟଣୀ:--ସହରରେ ମାତିଲେଣି କିଛି ନକଲି ସାମ୍ବାଦିକ l ସୂଚନା ମୁତାବକ ସହରରେ ହାତ ଗଣତି କିଛି ମୁଖ୍ୟ ଛାପା ଏବଂ ବୈଦ୍ୟୁତିକ ଗଣ ମାଧ୍ୟମକୁ ଛାଡି ଦେଲେ ତାହା ଠାରୁ ଅଧିକ ୱେବ ପୋର୍ଟାଲ ପେପର ଏବଂ ୟୁଟୁବ ବୁମ ଧାରି ନକଲି ସାମ୍ବାଦିକ ମାତିଲେଣି l ସେମନେ ଆଗଧାଡିର ଜଣେ ଜଣେ ନିଜକୁ ସାମ୍ବାଦିକ କହି ନିରୀହ ଲୋକଙ୍କୁ ମିଛ କହି କାମ କରାଇଦେବା ଉଦ୍ଦେଶ୍ୟରେ ଟଙ୍କା ହଡପ କରିବା ହେଲା ସେମାନଙ୍କର ମୁଖ୍ୟ କାର୍ଯ୍ୟ l ଜଣେ ପୂର୍ବତଟ ରେଲୱେ ବିଭାଗରେ କାର୍ଯ୍ୟରତ ସମୟରେ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଦଣ୍ଡିତ ହୋଇ ଚାକିରିରୁ ବିତାଡିତ ପରେ ଟାଉଟରି କରି ଅର୍ଥ ରୋଜଗାର ଉଦ୍ଦେଶ୍ୟରେ ଏକ ୟୁଟୁବ ଚ୍ୟାନେଲ ଏବଂ ଦୁଇଟି ୱେବ ପୋର୍ଟାଲ ଖବର କାଗଜ ଧରି ନିଜକୁ ବଡ ସାମ୍ବାଦିକ କହି ବୁଲୁଥିବାର ନଜିର ଅଛି l ସେହି ପରି ଜଣେ ବ୍ୟକ୍ତି ନିଜକୁ "ସନ୍ଧିଆନ"ଖବର କାଗଜର ମୁଖ୍ୟ ସମ୍ପାଦକ କହି ବୁଲୁଥିବା ବେଳେ ଜଣେ ସହରର ଯୁବ ସାମ୍ବାଦିକ କହି ବୁଲୁଥିବାର ଦେଖି ବାକୁ ମିଳୁଛି l ମୁଖ୍ୟ ସମ୍ପାଦକ ଙ୍କ ନାମରେ ୧୦ ରୁ ଅଧିକ ଅପରାଧିକ ମାମଲା ରହି ଥିବା ବେଳେ ଯୁବ ସାମ୍ବାଦିକ ନାମରେ ଗୋଟିଏ ଅପରାଧିକ ମାମଲା ସ୍ଥାନୀୟ ପୋଲିସ ଥାନାରେ ଦାୟର ଥିବା ବେଳେ ଅଲାଯୁକ ଭାବେ ନିଜକୁ ସାମ୍ବାଦିକ କହି ବୁଲୁଛନ୍ତି l ଏପରିକି ଏକ ମୁଖ୍ୟ ବୈଦ୍ୟୁତିକ ଗଣ ମାଧ୍ୟମ ସଦସ୍ୟଙ୍କ ନାମରେ ମିଛ ଖବର ଛାପି ବିଭ୍ରାନ୍ତି କର ପରିସ୍ଥିତି ସୃଷ୍ଟି କରିବାରେ ପଛାଉ ନାହାନ୍ତି l ଜିଲ୍ଲାପାଳ, ସ୍ଥାନୀୟ ପୋଲିସ ପ୍ରଶାସନ ଏହା ଉପରେ ଗୁରୁତ୍ୱର ସହ ତଦନ୍ତ କରି ଅସାଧୁ ସାମ୍ବାଦିକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିହାତି ଜରୁରୀ l ଏଭଳି ସାମ୍ବାଦିକଙ୍କ ପାଇଁ ସହରରେ ଥିବା ପ୍ରକୃତ ସାମ୍ବାଦିଙ୍କ ହୃଦୟକୁ କୁଠାର ଘାତ କରୁଛି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ l ମିଛ ଖବର ଚାପି ହାତରେ ବୁମ ଓ ମୋବାଇଲି ଧରି ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରରେ ବୁଲୁଥିବାର ପରିଲକ୍ଷିତ ହେଉଛି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୭/୨୦୨୭--୭,୪୦ Sakhigopal News,25/7/2025