Breaking News

ଅନ୍ତର୍ଜାତୀୟ ଆଧ୍ୟାତ୍ମିକ ସମ୍ମିଳନୀରେ ଓଡ଼ିଶୀ ନୃତ୍ୟ ପାଇଁ 'ସଙ୍ଗୀତା'ର ନୃତ୍ୟଶିଳ୍ପୀଙ୍କ ଋଷିକେଶ ଯାତ୍ରା

Rishikesh Journey of 'Sangeeta' Dancers for Odissi Dance at International Spiritual Conference


ଜଟଣୀ---- ଉତ୍ତରାଖଣ୍ଡ ଋଷିକେଶର ଯୋଗନଗରୀ ଠାରେ ଦିବ୍ୟ ଜୀବନ ସଂଘ ପକ୍ଷରୁ ଶିବାନନ୍ଦ ଆଶ୍ରମ ପରିସରରେ ଅନ୍ତର୍ଜାତୀୟ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ସ୍ବାମୀ କ୍ରିଷ୍ଣାନନ୍ଦ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଏପ୍ରିଲ ୧୮ତାରିଖରୁ ୨୫ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ହେବାକୁ ଯାଉଛି । ଏହି ସମ୍ମିଳନୀରେ ଓଡ଼ିଶାର ଅନ୍ୟତମ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଜଟଣୀର 'ସଙ୍ଗୀତା'ର ନୃତ୍ୟଶିଳ୍ପୀ ମାନେ ନିମନ୍ତ୍ରଣ ପାଇଁ ଓଡ଼ିଶୀ ନୃତ୍ୟ ପରିବେଷଣ ନିମନ୍ତେ ଗତ କାଲି ରାତିରେ ଋଷିକେଶ ଯାତ୍ରା କରିଛନ୍ତି। ଅନୁଷ୍ଠାନର ଗୁରୁ ସୁରେଶ କୁମାର ଖୁଣ୍ଟିଆଙ୍କ ନିର୍ଦ୍ଦେଶନାରେ ଏହି ନୃତ୍ୟଦଳ କାର୍ଯ୍ୟକାରୀ ସଭାପତି ରଣଜିତ ଦାସ ଏବଂ କାର୍ଯ୍ୟକ୍ରମ ସଂଯୋଜକ ଯିତେନ୍ଦ୍ର କୁମାର ମହାନ୍ତିଙ୍କ ନେତୃତ୍ୱରେ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଯୋଗେ ଗସ୍ତ କରିଛନ୍ତି । ଆସନ୍ତା ୨୩ ଓ ୨୫ତାରିଖରେ ଦୁଇ ଦିନ ଧରି ତୃପ୍ତି ଲତା ପଣ୍ଡା, ଅନୁଶ୍ରୀୟା ସାହୁ, ନନ୍ଦିନୀ ସୁକ୍ରିଷ୍ଣା, ଆୟୁଷୀ ମହାନ୍ତି ଏବଂ ଏନ୍ ଗୀତିକା ପ୍ରଭୃତି ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ ବୋଲି ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ଶତପଥୀ ସୂଚନା ଦେଇଛନ୍ତି।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,
୨୨/୪/୨୦୨୨-----୯,୨୦ 
Sakhigopal News,22/4/2022

Blog Archive

Popular Posts