Breaking News

ସାକ୍ଷୀଗୋପାଳ - ଅଳଗୁମ ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ସର୍ଭେ କାମ ଶେଷ



ସାକ୍ଷୀଗୋପାଳ ----  ସାକ୍ଷୀଗୋପାଳ ଅଳଗୁମ ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ମାପଚୁପ କାମ ଆରମ୍ଭ ରୁ ଘାତ ପ୍ରତିଘାତ ମଧ୍ୟରେ ଶେଷ ହୋଇଯାଇଛି  । ସାକ୍ଷୀଗୋପାଳ ବସଷ୍ଟାଣ୍ଡଠାରୁ ଏହି ସର୍ଭେ କାମ ଆରମ୍ଭ ହୋଇ ରତ୍ନଚିରା ସେତୁ ନିକଟରେ ଶେଷ ହୋଇଥିଲା  । ଏହି ସର୍ଭେ କାମ କୁ ନେଇ କେତେକ ବ୍ଯବସାୟୀଙ୍କ ବିରୋଧ ହେବା ପରେ ବିଧାୟକଙ୍କ ସହିତ ଆଲୋଚନା ପର୍ଯ୍ଯାଲୋଚନା ହୋଇ ମାପଚୁପ କାମ ଆରମ୍ଭ ହୋଇଥିଲା  । ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଓମ୍ ପ୍ରକାଶ ପରିଡା  , ଲ୍ଯାଣ୍ଡଆକ୍ଯୁଜେସନ ଅଧିକାରୀ ପ୍ରଶାନ୍ତ କୁମାର ଜେନା, ଆରଆଇ, ଅମିନ  , ପୁରୀ ଆରଆଣ୍ଡବି ଇଂଜିନିୟର ପ୍ରମୁଖଙ୍କ ତତ୍ୱାବଧାନରେ ମାପଚୁପ କରାଯାଇ ଥିଲା  । ହେଲେ ସତ୍ଯବାଦୀ ତହସିଲ ଅନ୍ତର୍ଗତ ପେଣ୍ଠପଡା ଓ ଗୋପାଳପୁର ମୌଜାରେ ଥିବା ପ୍ଲଟନଂ ୪୦୫ ଏ୦୨୦  ଡିସିମିଲ ଓ ପ୍ଲଟନଂ ୪୦୬ ଏ୦୩୦ ଡିସିମିଲ କୁ ମାପଚୁପ କାମ କରାଯିବା ସମୟରେ ଜମିର ମାଲିକାନା କୁ ନେଇ ପୁନରାୟ ପ୍ରତିବାଦ ଆରମ୍ଭ ହୋଇଥିଲା  । ଏହି ଘଟଣା ଜିଲାପାଳଙ୍କୁ ଲ୍ଯାଣ୍ଡଆକ୍ଯୁଜେସନ ଅଧିକାରୀ ଶ୍ରୀ  ଜେନା ଜଣାଇ ଥିଲେ  ।  ଆସନ୍ତା ୨୯ ତାରିଖରେ ଉକ୍ତ ଦୁଇଗୋଟି ପ୍ଲଟ ପୁନର୍ବାର ମାପଚୁପ କରାଯିବ ବୋଲି ୨୨,୭,୨୦୨୫ ତାରିଖ ଜିଲାପାଳଙ୍କ ଚିଠି ନଂ ୯୨୨ ମୁତାବକ ପୁରୀ ଆରଆଣ୍ଡବି ଏକଜ୍ୟୁକ୍ୟୁଟିଭ୍ ଇଂଜିନିୟର  , ସତ୍ଯବାଦୀ ତହସିଲଦାର  , ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ଯାନିବାହୀ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି  । ସେହିପରି ବ୍ଯବସାୟୀମାନଙ୍କୁ ସୂଚନା ପ୍ରଦାନ କରାଯାଇଛି  । ସୂଚନାଯୋଗ୍ୟ ଉପରୋକ୍ତ ଦୁଇଟି ପ୍ଲଟ ଉପରେ କୁଆଡେ ଉଚ୍ଚନ୍ୟାୟାଳୟରେ ମାମଲା ବିଚାରାଧୀନ ରହିଛି ବୋଲି  ଶୁଣିବାକୁ ମିଳେ। ଅନ୍ୟ ପକ୍ଷରେ ଉକ୍ତ  ସର୍ଭେ କାମକୁ କିଛି ବ୍ୟକ୍ତି ବିଶେଷ ବିରୋଧ କରୁଛନ୍ତି । ଅନ୍ୟ ପକ୍ଷରେ ବିଧାୟକ ଉକ୍ତ ରେଳ ଓଭରବ୍ରିଜ ହେବାକୁ ଗ୍ରୀନ ସଙ୍କେତ ଦେବାପରେ ମଧ୍ଯ ତାଙ୍କ ପାଖଲୋକ ମାନେ ବିରୋଧ କରୁଛନ୍ତି। ରେଳ ଫାଟକ ଯୋଗୁ ଲୋକମାନେ ଯିବାଆସିବା କରିବାରେ କଷ୍ଟ ଭୋଗୁଛନ୍ତି  ।  ସରକାର ତୁରନ୍ତ    ଓଭରବ୍ରିଜ ନିର୍ମାଣ କାମ  ଆରମ୍ଭ କରାଯିବାକୁ ସତ୍ଯବାଦୀ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଦୀର୍ଘ ଦିନ ଧରି ଦାବି ହୋଇଆସୁଛି  । ସର୍ଭେ କାମ ଆଜି ସରିଥିବାରୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବିମାନେ ପୁରୀ ଜିଲ୍ଲାପାଳ, ଲ୍ଯାଣ୍ଡଆକ୍ଯୁଜେସନ ଅଧିକାରୀ ଓ ସତ୍ଯବାଦୀ ତହସିଲଦାର ଙ୍କୁ ସାଧୁବାଦ ଜଣାଇଛନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୪/୭/୨୦୨୫---୯,୪୫ Sakhigopal News,24/7/2025

Blog Archive

Popular Posts