Breaking News

ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ଘର ସହ ମଟର ସାଇକେଲ ଜଳିଗଲା

A fire broke out in an electrical short circuit, burning a motorcycle and a house.


ସାକ୍ଷୀଗୋପାଳ ------  ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ପଞ୍ଚାୟତର ବାଉଁଶଗାଡିଆ ଗ୍ରାମରେ ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିିିଥିବା ଅନୁମାନ କରାଯାଉଛି । ପଦ୍ମଚରଣ ପ୍ରଧାନଙ୍କର  ଏକ ବଖରା ଚାଳଘର ପୋଡିଯିବା ସହ ସେଠାରେ ଥିବା ଦୁଇଟି ମଟର ସାଇକେଲ ଜଳି ଯାଇଥିଲା ।  ପଡୋଶୀ ମହେଶ୍ୱର ପ୍ରଧାନ ଓ ଅନାମ ଚରଣ ପ୍ରଧାନଙ୍କ ଆଜବେଷ୍ଟସ ଘର ମଧ୍ୟ ଆଶିଂକ ନଷ୍ଟ ହୋଇଥିବା ଜଣାପଡିଛି । ଖବର ପାଇଁ ସତ୍ୟବାଦୀ ଅଗ୍ନିଶମ ବିଭାଗର  ଆଗ୍ନିକ ମନୋଜ କୁମାର ପାତ୍ର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହାକୁ ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ଦୁଇଲକ୍ଷ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ଖବର ପାଇ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚିବା ସହ ରାଜସ୍ୱ ନୀରିକ୍ଷକଙ୍କୁ ଡକାଇ ସିଠିକ ତଦନ୍ତ କରିବା ପାଇଁ କହିଛନ୍ତି । ଅଗ୍ନିବିପନ୍ନ ପରିବାରଙ୍କୁ ସମବେଦନା ଜଣାଇବା ସହ  ବିଧାୟକଙ୍କ ପରାମର୍ଶ କ୍ରମେ ତୁରନ୍ତ ସରକାରୀ ସାହାର୍ଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶୃୁତି ଦେଇଥିବା ଜଣାପଡିଛି ।  

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୪/୨୦୨୨---୪,୫୫   Sakhigopal News, 30/4/2022

Blog Archive

Popular Posts