ସ୍ତ୍ରୀକୁ ଯୌତୁକ ନିର୍ଯ୍ୟାତନଦେବା ଅଭିଯୋଗରେ ସ୍ୱାମୀ ଗିରଫ
Husband arrested for allegedly sexually abusing his wife.
ସାକ୍ଷୀଗୋପାଳ--- ସତ୍ୟାବଦୀ ଥାନା ଅନ୍ତର୍ଗତ ପରଜାପଡା ଗ୍ରାମରେ ନିଜ ସ୍ତ୍ରୀଙ୍କୁ ଯୌତୁକ ନିର୍ଯ୍ୟାତନା ଦେବା ସହ ମାରଧର କରିବା ଅଭିଯୋଗ ଧଡୁ ବେହେରାଙ୍କୁ ସତ୍ୟବାଦୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି । ଘଟଣାରୁ ପ୍ରକାଶ ଯେ ଧଡୁଙ୍କ ସ୍ତ୍ରୀ ରମାମଣି ବେହେରା ନିଜେ ଲିଖିତ ଭାବେ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ସ୍ୱାମୀ ଧଡୁ ତାଙ୍କ ବାପଘରୁ ଅଧିକ ଟଙ୍କା ଆଣିବା ପାଇଁ କହିବା ସହ ଅନେକ ସମୟରେ ମାରଧର କରୁଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ୧୩୧/୨୨ରେ ଏକ କେସରୁଜ କରି ଧଡୁଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୪/୨୦୨୨---୭,୫୦ Sakhigopal News , 29/4/2022