ସଇଁନ୍ତଲା କୃଷି କାର୍ଯ୍ୟାଳୟରେ କୃଷକ ପରାମର୍ଶଦାତା ବୈଠକ
Farmers' consultation meeting at Saintala Agricultural Office.
ବଲାଙ୍ଗୀର:ସଇଁତଲା:ସଇଁନ୍ତଲା ବ୍ଲକ କୃଷି କାର୍ଯ୍ୟାଳୟରେ ‘ଆତ୍ମା’ ପକ୍ଷରୁ କୃଷକ ପରାମର୍ଶଦାତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆତ୍ମାର ଅଧ୍ୟକ୍ଷ ହେମନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ସମ୍ମାନିତ ଅତିଥିଭାବେ ବେଳଗାଁ ଜିଲ୍ଲା ପରିଷଦ ସଭ୍ୟା ରିତାରାଣୀ ହାତୀ, ଟିକ୍ରାପଡ଼ା ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଳ ବୁଡ଼େକ ଓ ସଇଁନ୍ତଲା ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ କୃଷକମାନେ କିଭଳି ଭାବରେ ବିଭିନ୍ନ ଦ୍ରବ୍ୟର ଲାଭ ପାଇପାରିବେ ଏବଂ ସରକାରୀ ଯୋଜନାର ସହାୟତା ପାଇବେ ସେନେଇ କୃଷି ବିଭାଗର ଏଟିଏମ ଫକୀର ଦଣ୍ଡସେନା ଚାଷୀଙ୍କୁ ବୁଝାଇଥିଲେ । ସରକାରଙ୍କ ଦ୍ୱାରା ଚାଷୀଙ୍କ ପାଇଁ ଆସୁଥିବା ବିଭିନ୍ନ ଯୋଜନାରେ ସାମଗ୍ରୀ କୁ ନେଇ ଚାଷୀଙ୍କୁ ଦେବା ବଦଳରେ ନିଜ ସମ୍ପର୍କୀୟ ଲୋକଙ୍କୁ ଦିଆଯାଉଛି ଏବଂ କାଗଜ କଲମରେ ହିଁ ଚାଷୀମାନେ ପାଉଥିବା ରିପୋର୍ଟରେ ଉଲ୍ଲେଖ ଥିବା ଜଣାପଡ଼ିବା ପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ ,୨୯/୪/୨୦୨୨----୧୦,୨୫ Sakhigopal News,29/4/2022