Breaking News

ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ କ୍ରିକେଟ ମ୍ୟାଚ; ନରେନ୍ଦ୍ରପୁର ଓ ମଧୁବନ ଦଳ ବିଜୟୀ

Panchayat level Premier League cricket match; Narendrapur and Madhuban are the winners

ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜାଗେଶ୍ୱରୀ  କ୍ରିକେଟ କ୍ଳବ ଅଳଗୁମ ୩୧ନଂ ଜୋନ ସ୍ତରୀୟ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ସ୍ଥାନୀୟ ଦକ୍ଷିଣବାଟି ଗ୍ରାମ ପଡିଆରେ ଅନୁଷ୍ଠିତ ହେଉଛି । ମ୍ୟାଚର ୫ର୍ମ ଦିବସରେ ଦୁଇଟି ମ୍ୟାଚ ଖେଳାଯାଉଛି । ପ୍ରଥମେ ନରେନ୍ଦ୍ରପୁର  ସହିତ ନୂଆସମେଶ୍ୱରପୁର କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ନୂଆସମେଶ୍ୱରପୁର କ୍ରିକେଟ ଦଳ ଟଚ ଜିତି ୧୦ ଓଭରରେ  ୬ ଉଇକେଟ ହରାଇ  ୫୪ ରନ କରିଥିଲା । ଜବବାରେ ନରେନ୍ଦ୍ରପୁର ଦଳ ୮ ଓଭରରେ ୪ ଉଇକେଟ ହରାଇ ୫୫ ରନ କରି ବିଜୟୀ ହୋଇଥିଲେ ।  ସେହିପରି ଦୁତୀୟ  ମ୍ୟାଚ ମଧୁବନ ସହିତ ସାଣ୍ଢରାଶାସନ  କ୍ରିକେଟ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ  ଟଚ ଜିତି ମଧୁବନ ଦଳ ବ୍ୟାଟିଂ କରି ୧୦ ଓଭରରେ ୯ ଉଇକେଟ ହରାଇ ୭୬ ରନ କରିଥିଲା । ଜବାବରେ ସାଣ୍ଢରାଶାସନ  ଦଳ ୧୦ ଓଭରରେ ୬ ଉଇକେଟ  ହରାଇ ୫୧ ରନ କରିଥିଲେ । ମ୍ୟାଚ ପରିଚାଳନା କରିଥିଲେ  ପୂର୍ଣ୍ଣଚନ୍ଦ୍ର ଦାସ, ସତ୍ୟଜିତି ନାୟକ । ଅଳଗୁମ  ଜାଗେଶ୍ୱରି ର୍କିକେଟ କ୍ଳବର ସଦସ୍ୟ  ଓମପ୍ରସାଦ ମହାପାତ୍ର, ସତ୍ୟନାରାୟଣ ଜେନା, ସୁମନ୍ତ ଦୀକ୍ଷିତ, ସତ୍ୟବତ୍ର ବିଶ୍ୱାଳ, ସୁଶ୍ରାକାନ୍ତ ବିଶ୍ୱାଳ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୪/୨୦୨୨---୧୦,୨୦ 

Blog Archive

Popular Posts