Breaking News

ପ୍ରଥମ ଡି ଆର୍ ଏମ୍ କପ୍ ଆନ୍ତର୍ବିଭାଗୀୟ ଦିବା ରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଉଦଘାଟିତ

The first DRM Cup inter-departmental day opening night football tournament.



ଜଟଣୀ --ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ (ECORSA), ଖୋର୍ଦ୍ଧା ରୋଡ୍, ଦ୍ୱାରା “ପ୍ରଥମ ଡି ଆର୍ ଏମ୍ କପ୍ ଆନ୍ତର୍ବିଭାଗୀୟ ଦିବା ରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ” ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ 27 ଏପ୍ରିଲ 2022 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଖୋର୍ଦ୍ଧା ରୋଡ୍ ମଣ୍ଡଳ ର 11 ଟି ବିଭାଗର ରେଳ କର୍ମଚାରୀ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି । ପ୍ରଥମ ଡି ଆର୍ ଏମ୍ କପ୍ ଆନ୍ତର୍ବିଭାଗୀୟ ଦିବା ରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ କୁ, ଖୋର୍ଦ୍ଧା ରୋଡ୍ ମଣ୍ଡଳର ରେଳ ପ୍ରବନ୍ଧକ, ଶ୍ରୀ ରିଙ୍କେଶ ରୟ ଏବଂ ପୂର୍ବତଟ ରେଳର ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମହିଳା କଲ୍ୟାଣ ସଂଗଠନ (ECORWWO) ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା,  ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ଅଶୋକ କୁମାର ଏବଂ  କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅମିତେଶ ଆନନ୍ଦ ଉଦଘାଟନ କରିଛନ୍ତି। ଅଂଶଗ୍ରହଣକାରୀ ଦଳମାନଙ୍କୁ ଶ୍ରୀ ରିଙ୍କେଶ ରୟ ଶୁଭେଚ୍ଛା ଜଣାଇବା ସହ କ୍ରୀଡା କାର୍ଯ୍ୟକଳାପ ଜାରି ରଖି, ନିଜକୁ ସୁସ୍ଥ, ସ୍ମାର୍ଟ ରଖିବା ଏବଂ ଦଳ କାର୍ଯ୍ୟ ଏବଂ କ୍ରୀଡ଼ା ମନୋଭାବ ରଖିବା ପାଇଁ ପରାମର୍ଶ ଦେଇଥିଲେ ।
ଇଲେକ୍ଟ୍ରିକାଲ ଏବଂ ସିକୁରିଟି ବିଭାଗ ମଧ୍ୟରେ ପ୍ରଥମ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ  ସମସ୍ତ ବିଭାଗ ମଧ୍ୟରେ ମୋଟ 10 ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଫାଇନାଲ ମ୍ୟାଚ୍ 27 ଏପ୍ରିଲ 2022 ରେ ଅନୁଷ୍ଠିତ ହେବ। ସମସ୍ତ ଟୁର୍ଣ୍ଣାମେଣ୍ଟ ଗୁଡ଼ିକ, କ୍ରୀଡ଼ା ସଚିବ ଏମ ଡି.ଜାକିରୁଦ୍ଦିନ ଏବଂ ଖୋର୍ଦ୍ଧା ରୋଡ଼ କ୍ରୀଡ଼ା ସଙ୍ଗଠନର ସଦସ୍ୟ ମାନେ ସଂଯୋଜନା କରୁଛନ୍ତି।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୪/୨୦୨୨----୮,୫୫  Sakhigopal News,20/4/2022

Blog Archive

Popular Posts