ବାଇକ୍ ଚୋରି ଅଭିଯୁକ୍ତଙ୍କୁ ୨ ବର୍ଷ କାରାଦଣ୍ଡାଦେଶ
Accused of stealing a bike sentenced to two years in prison
ଭଞ୍ଜନଗର: ଭଞ୍ଜନଗର ଥାନା ଅଧିନ ଲଣ୍ଡେଇସାହିରେ ହୋଇଥିବା ଏକ ବାଇକ ଚୋରୀ ମାମଲା ଶୁଣାଣୀ କରି ତିନିଜଣ ଅଭିଯୁକ୍ତଙ୍କୁ ଏସ୍ଡିଜେଏମ୍ ମନସ୍ବିନୀ ରଥ ବିଭିନ୍ନ ଦଫାରେ ୨ ବର୍ଷ କାରାଦଣ୍ଡ ସହ ୧୫ ଶହ ଟଙ୍କା ଜୋରିମାନା ଆଦାୟ ପାଇଁ ରାୟ ଶୁଣାଣୀ କରିଛନ୍ତି। ଭଞ୍ଜନଗର ଥାନା କେସ୍ ନମ୍ବର ୪୯୬/୨୧ ମାମଲାର ବିଚାର କରି ଏଥିରେ ୬ ଜଣଙ୍କର ସାକ୍ଷ୍ୟ ପ୍ରମାଣକୁ ଆଧାରରେ ଏସ୍ଡିଜେଏମ୍ ଏଥିରେ ଅଭିଯୁକ୍ତ ଥିବା ରାଜେନ୍ଦ୍ର ନାଏକ,ପିଣ୍ଟୁ ମହାନ୍ତି ଏବଂ ବାପି ବିଷୋୟୀକୁ ଦୋଷୀ ସାବ୍ୟସ୍ତ କରିଥିବା ସରକାରୀ ଆଇନଜୀବୀ ସୁରେନ୍ଦ୍ର ଟୁଡୁ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଗତ ୨୦୨୧ ମସିହା ଅକ୍ଟୋବର ୨୮ ତାରିଖ ଦିନ ଲଣ୍ଡେଇ ସାହିର ରବିନ୍ଦ୍ର ବିଶୋୟୀର୍ଙ୍କ ଘର ତାଲା ଭାଙ୍ଗି ମଟର ସାଇକଲ ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଏସ୍ଆଇ କେଶବ ଷଢଙ୍ଗୀ ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିଲେ। ଦଫା ୪୫୭,୩୮୦,୩୪୧ ଏବଂ ୩୪ ଧାରାରେ ଅଭିଯୁକ୍ତ ମାନଙ୍କୁ ଦଣ୍ଡାଦେଶ ଶୁଣାଣୀ ହୋଇଥିବା ଆଇନଜୀବୀ ଶ୍ରୀ ଟୁଡୁ ପ୍ରକାଶ କରିଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୪/୨୦୨୨--- ୭,୩୦
Sakhigopal News,26/4/2022