ଯୁବତୀଙ୍କ ଝୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର
The girl's hanging body was recovered
ବଲାଙ୍ଗିର:ସଇଁତଲା:ସଇଁନ୍ତଲା ବ୍ଳକ ଅଧିନସ୍ଥ କୁଟୁରା ମୁଣ୍ଡା ଗାଁ ମହୁଲପଡ଼ା ନିକଟରେ ଥିବା କେନ୍ଦୁବାହାଲୀ ର ଏକ ଗଛ ରେ ଯୁବତୀ ଙ୍କ ଝୁଲନ୍ତା ମୃତ୍ୟୁ ଦେହ କୁ ଉଦ୍ଧାର କରିଛି ସଇଁନ୍ତଲା ପୋଲିସ।ସୂଚନାଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା ବୁଢ଼ୀପଦର ଗାଁର ସାବେତ୍ରୀ ଭୋଇ ତୁଷୁରା କଲେଜର ଛାତ୍ରୀ ଭାବେ ପାଠ ପଢ଼ୁଥିବା ଜଣାପଡିଛି। ସେ କଲେଜରୁ ପାଠ ପଢା ସାରିବା ପରେ କମ୍ପ୍ୟୁଟର କ୍ଳାସ କରିବା ପରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏନେଇ ସଇଁନ୍ତଲା ପୁଲିସ ପହଁଚି ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ତଦନ୍ତ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ତୁଷୁରା ପଠାଇ ଦେଇଥିବା ଜଣାପଡିଛି।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ ,୨୧/୪/୨୦୨୨----୪,୪୫ Sakhigopal News,21/4/2022