ମହିଳାଙ୍କ ବେକରୁ ମଙ୍ଗଳସୁତ୍ର ଝାମ୍ପି ନେବାକୁ ଉଦ୍ଦ୍ୟମ
The woman is trying to get a mangalsutra from her neck.
ସାକ୍ଷୀଗୋପାଳ ----ସାକ୍ଷୀଗୋପିନାଥ ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ସ୍ତ୍ରୀ କିଶୋରି ମହାପାତ୍ର ଏକୁଟିଆ ଚାଲି ଚାଲି ଆସୁଥିବା ବେଳେ ଦୋଳବେଦୀ ନିକଟ ମନ୍ଦିର ଶୌଚାଳୟ ସମ୍ମୁଖରେ ଜଣେ ଯୁବକ ତାଙ୍କ ବେକରୁ ମଙ୍ଗଳସୁତ୍ର ଲୁଟି ନେବା ପାଇଁ ଉଦ୍ଦ୍ୟମ କରିଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ସୁଚନାଯୋଗ୍ୟ ଯେ କିଶୋରି ତାଙ୍କର ପୁରୁଣା ଘର ସାକ୍ଷୀଗୋପିନାଥ ମନ୍ଦିର ପାଶ୍ୱର୍ରେ । ସେଠାରୁ ଖାଇ ପିଇ ନୂତନ ଘର କାହାଳିଆ ସାହି ନିକଟକୁ ଆସୁଥିଲେ । ରାସ୍ତାରେ କେହି ନଥିବାରୁ ଏହାର ସୁଯୋଗ ନେଇ ମହେଶ୍ୱର ଜେନା ଜଣେ ଯୁବକ ତାଙ୍କ ବେକରୁ ମଙ୍ଗଳସୁତ୍ର ଝାମ୍ପି ନେବାକୁ ଉଦ୍ଦ୍ୟମ କରିଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅଭିଯୋଗ ପାଇବା ପରେ ତଦନ୍ତ ଜାରି ରହିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୪/୨୦୨୨---୬,୫୦
Sakhigopal News, 23/4/2022