ପଞ୍ଚାୟତ ଚାବି ହସ୍ତାନ୍ତର ନ କରିବାରୁ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ; ସରପଞ୍ଚ
The panchayat will give the idea to the block office for not handing over the keys; Sarpanch
ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଆଳିସ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଚାବି ନୂତନ ସରପଞ୍ଚଙ୍କୁ ନ ମିଳିବାରୁ ଅଫିସ କାର୍ଯ୍ୟାଳୟ ହୋଇ ପାରୁନାହିଁ । ଏହାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇବା ସହ ଅଗାମୀ ୨୨ ତାରିଖରେ ସତ୍ôୟାଦୀ ବ୍ଳକ କାର୍ଯ୍ୟାଳୟରେ ଧାରଣା ଦେବେ ବୋଲି ନୂତନ ସରପଞ୍ଚ ସୁରଥ ଚନ୍ଦ୍ର ସେଠୀଙ୍କ ଠାରୁ ସୁଚନା ମିଳିଛି । ନିର୍ବାଚନ ଘୋଷଣା ସରିବା ପରେ ପରେ ମାର୍ଚ୍ଚ ୧୧ ତାରିଖରେ ସରପଞ୍ଚ ମାନଙ୍କୁ ସରକାରୀ ସ୍ତରରେ ଦାୟତବ ହସ୍ତାନ୍ତର କରାଯାଇଛି । ମାତ୍ର ଆଳିସ ଗ୍ରାମ ପଞ୍ଚାୟତର ସରପଞ୍ଚ ଆଜି ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପାରିଲେ ନାହିଁ । ଏହି ପଞ୍ଚାୟତଟି ଶୁକଳ ଗ୍ରାମ ପଞ୍ଚାୟତଠାରୁ ଅଳଗା ହୋଇ ନୂତନ ଗ୍ରାମ ପଞ୍ଚାୟତ ହୋଇଛି । ୨୨-୧୨-୨୦୨୧ରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ସ୍ଥାନୀୟ ବିଧାୟକ ଓ ପୂର୍ବତନ ବ୍ଳକ ଅଧ୍ୟକ୍ଷା, ବ୍ଳକ ପ୍ରଶାସନ ଅଧିକାରୀ ମାନଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଯାଇଛି । ନୂତନ ସରପଞ୍ଚ ଦାୟତ୍ୱ ନେବା ପରେ ପଞ୍ଚାୟତ ଚାବି ନ ମିଳିବାରୁ ବାଧ୍୍ୟ ହୋଇ ୨୮-୩-୨୦୨୨ରିଖରେ ପଞ୍ଚାୟତ ପତ୍ରସଂଖ୍ୟାନଂ- ୫ରେ ଏ ସମ୍ପର୍କରେ ବିଡିଓଙ୍କୁ ଜଣାଇବା ସହ ପୁରୀ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇ ଦିଆଯାଇଥିଲା । ମାତ୍ର ଜିଲ୍ଲା ପ୍ରଶାସନ କଥା ପ୍ରତି ଗୁରୁତ୍ୱ ନ ଦେବାରୁ ୪-୪-୨୦୨୨ରେ ପଞ୍ଚାୟତବାସୀ ଓ ସରପଞ୍ଚ ବ୍ଳକ କାର୍ଯ୍ୟାଳୟରେ ଆଗରେ ଧାରଣା ଦେବା ପାଇଁ ନୋଟିସ କରିଥିଲେ । ଏହାକୁ ବିଡିଓ କ୍ଷୀରୋଦ କୁମାର ବେହେରା ତୁରନ୍ତ ହସ୍ତକ୍ଷେପ କରି ୧୪ା୪ ।୨୦୨୨ରେ ଚାବି ଦେବେ ବୋଲି କହିବା ପରେ ପଞ୍ଚାୟତ ବାସୀ ଓ ସରପଞ୍ଚ ଆନ୍ଦୋଳନରୁ ଓହରିଥିଲେ । ମାତ୍ର ବିଡିଓ ଦେଇଥିବା କଥା ନ ରଖିବାରୁ ବାଧ୍ୟ ହୋଇ ୨୨ -୪-୨୦୨୨ରିଖରେ ପଞ୍ଚାତର ଅଧିକାସୀ ଓ ସରପଞ୍ଚ ଓ ୱାଡସଭ୍ୟ ସଭ୍ୟା ମାନଙ୍କ ସହିତ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ସରପଞ୍ଚ ଶ୍ରୀ ସେଠି ସତ୍ୟବାଦୀ ଥାନା, ବିଡିଓ ଙ୍କ ସହିତ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୪/୨୦୨୨---୯,୪୦
Sakhigopal News, 19/4/2022