Breaking News

ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ବନବିଭାଗ ର ଚଢ଼ାଉ , ଜଣେ ଗିରଫ

Forest department raid, arrest arrested while setting fire to forest
 
ଭଞ୍ଜନଗର---ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ  ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ବନବିଭାଗ ପକ୍ଷରୁ ଚଢ଼ାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିବା ରେ ସଫଳ ହୋଇଛି ବନବିଭାଗ ।  ମିଳିଥିବା ସୂଚନା ପ୍ରକାରେ  ଗିରଫ ଅଭିଯୁକ୍ତ ଜଣକ ହେଲେ ତିରିକୁପା ଗ୍ରାମର ଅମର ବେହେରା ବୋଲି ଜଣାପଡିଛି । ଏନେଇ ବିଭାଗୀୟ ୩୬/୨୨ ପ୍ରକାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ତାରାସିଂ ଥାନା ତଥା  ଜଗନ୍ନାଥପ୍ରସାଦ ବନାଞ୍ଚଳ ଅନ୍ତର୍ଗତ ତିରିକୁପା ଗାଁ ନିକଟ ସଂରକ୍ଷିତ ଭାଗ୪ ନଂ ଜଙ୍ଗଲର ରେ ତିରିକୁପା ଗ୍ରାମର ଅମର ବେହେରା ନିଆଁ ଲଗାଉଥିବା ସୂଚନା ପାଇ  ବନାଞ୍ଚଳ ଅଧିକାରୀ ଙ୍କ ନେତୃତ୍ବରେ ଏକ ଟିମ୍ ଚଢାଉ କରିଥିଲେ । ଘଟଣା ସ୍ଥଳରେ ବିଭାଗୀୟ କର୍ମଚାରୀ ମାନେ ଜଙ୍ଗଲର ନିଆଁ ଲିଭାଇବା ସହ  ଅଭିଯୁକ୍ତ ଅମରକୁ ଗିରଫ କରିଥିଲେ । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନବିଭାଗ ପକ୍ଷରୁ ବ୍ୟାପକ ସଚେତନ ଓ ସତର୍କତା ଅବଲମ୍ବନ କରାଯାଉଛି । ମାତ୍ର  ଉଦ୍ଦେଶ୍ୟମୂଳକ ଭାବେ ଅଭିଯୁକ୍ତ ଜଣକ ନିଆଁ ଲଗାଉଥିବା ଜଣାପଡିଥିଲା । ଏହି ଚଢ଼ାଉ ରେ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସ୍ , ଗେରେଡା ବନପାଳ କଳାବଦନ ଦାସ , ଜଗନ୍ନାଥପ୍ରସାଦ ବନପାଳ ଈଶା ଗଣେଶ , ବନରକ୍ଷୀ ପ୍ରଦ୍ୟୁମ୍ନ ବିଷୋୟୀ , ଲମ୍ବୋଦର ଗୈାଡ , ସ୍କ୍ୱାର୍ଡ ସଂଜିତ ଗନ୍ତାୟତ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୪/୨୦୨୨---୧୦,୦୫  Sakhigopal News,29/4/2022

Blog Archive

Popular Posts