Breaking News

ଅନ୍ଥରପନ୍ଥ ଅଙ୍ଗନୱାଡି କେନ୍ଦ୍ରରେ ୟୁନିସେଫର ଟିମ କିଶୋରୀ ମାନଙ୍କ ସହିତ ଆଲେଚନା କଲା

UNICEF team holds talks with teenagers at Antarpanth Anganwadi Center


ସାକ୍ଷୀଗୋପାଳ-----  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅନ୍ଥରପନ୍ଥ ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ୟୁନିସେଫ ଓ ଆକ୍ସନଓଡର ଏକ ଟିମ ସେଠାରେ ପହଞ୍ଚିଥିଲା ।  ବିଶେଷ କରି କିଶୋରୀ ମାନଙ୍କୁ ଅଙ୍ଗନୱାଡି ତରଫରୁ କିପରି ସହଯୋଗ ମିଳୁଛି ତାହା ପଚାରି ବୁଝିଥିଲେ । ଏହି ସମୟରେ କିଛି କିଶୋରୀ ମାନେ ସେମାନଙ୍କର ମନ କଥା ଆସିଥିବା ଅଧିକାରିଣୀ ମାନଙ୍କୁ ଖୋଲି କରି କହିଥିଲେ । ବିଶେଷ କରି କମ୍ପ୍ୟୁଟର, ଆତ୍ମ ସୁରକ୍ଷା, ଆର୍ମି ସହିତ ବିଭିନ୍ନ ବିଭାଗରେ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ତାଲିମ ଦେବାର ବନ୍ଦୋବସ୍ଥ କରିବା ପାଇଁ କିଶୋରୀ ମାନେ କହିଥିଲେ । ଏପରିକି ୧୮ବର୍ଷ ଉଠାଯାଇ ୨୧ ବର୍ଷ ଝିଅ ମାନଙ୍କର ବିବାହ ବୟସ କରିବା ପାଇଁ ମତ ପ୍ରକାଶ କରିଥିଲେ । ଏହି ସର୍ବେ କରିବା ପାଇଁ ଆସିଥିବା ମନସପିୟା ବାସୁଦେବନ ୟୁନିସେଫ ନୂଆଦିଲ୍ଲୀ, ତିପ୍ତି କୁମାର ମେହେଟ୍ଟା ଏକ୍ସୟୁଲା ୟୁନିସେଫ, ଦେବକାତ ପାଲ ,ଘାସିରାମ ପଣ୍ଡା, ବି.ଏନ. ଦୁର୍ଗା ଆକ୍ସନଓଡର କର୍ମଚାରୀ  ଓ ସୁମିତ୍ର ରାଶୀ ଘୋଷ ଆକ୍ସନଓଡର ବାଲ୍ୟ ବିବାହ ନିଷେଧ ସଂଯୋଜିକା  ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ  । ସେମାନଙ୍କ ସହିତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ  ପୁଷ୍କାଞ୍ଜଳି ମହାପାତ୍ର , ସତ୍ୟବାଦୀ ମହିଳା ଶିଶୁ କଲ୍ୟାଣ ଅଧିକାରଣୀ ରାଜଲକ୍ଷ୍ମୀ ଦାଶ ଓ ସୁପରଭାଇଜର ମିତା ନାଗ ଓ ପିୟୁସମୟୀ ପଣ୍ଡାଙ୍କ ସହିତ ଅଙ୍ଗନୱାଡିର କର୍ମୀମାନେ ଉପସ୍ଥିତ ରହିଥିଲେ । ଅତିଥି ମାନଙ୍କୁ ପିଲାମାନେ ନାଚଗୀତ କରି ସ୍ୱାଗତ ଜଣାଇଥିଲେ । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୪/୨୦୨୨---୯,୫୫  

 Sakhigopal News, 21/4/2022

Blog Archive

Popular Posts