Breaking News

ଦଲାଲଙ୍କ କବଜାରେ "ତହସିଲ'କାର୍ଯ୍ୟାଳୟ; ତହସିଲ କାର୍ଯ୍ୟାଳୟରର ଲୁଚି ରହୁ ନାହିଁ ଗୋପନୀୟ ତଥ୍ୟ




ଜଟଣୀ :- ତହସିଲ କାର୍ଯ୍ୟାଳୟରେ ନିଯୁକ୍ତ ଅଛନ୍ତି କିଛି ଦଲାଲ କର୍ମଚାରୀ l ତହସିଲ କାର୍ଯ୍ୟାଳୟର କରିତ କର୍ମା ତଳିଆ କର୍ମଚାରୀ ଙ୍କ ସହଯୋଗରେ ଚାଲିଛି କାର୍ଯ୍ୟାଳୟ l ଯାହା ଫଳରେ ଅନେକ ନିରୀହ ଲୋକ କୌଣସି କାର୍ଯ୍ୟକୁ ଆସିଲେ ଦଲାଲଙ୍କ ଶିକାରରେ ପଡି ହଇରାଣ ହରକତ ହୋଇଥାନ୍ତି l  ବିଭିନ୍ନ ଜମିଜମା, ଲିଗାଲ ହେୟାର, ଜଙ୍ଗଲ ଜମି, ଚକ ଜମି, ଆଦିକୁ ଚଞ୍ଚକତା କରି ପଟ୍ଟା କରିବା ରେ ମାହିର ତହସିଲ କାର୍ଯ୍ୟାଳୟ l ଦେବୋତ୍ତର ସମ୍ପତ୍ତି, ମଠ ସମ୍ପତ୍ତି ଓ ଜଗନ୍ନାଥ ଜମି ର କୌଣସି ଏଣ୍ଡୋମେଣ୍ଟ ଅନୁମତି ନ ଆଣି ଏବଂ ଜଗନ୍ନାଥ ଟ୍ରଷ୍ଟ ବୋର୍ଡର ଅନୁମତି ନ ଥାଇ ଚଞ୍ଚକତା କରି ଠାକୁରଙ୍କ ନାମ କାଟି ବ୍ୟକ୍ତି ବିଶେଷଙ୍କ ନାମରେ ପଟ୍ଟା କରାଇବା, ଚକ ଜମିକୁ ପାର୍ଟ ପ୍ଲଟ କରି ରେକର୍ଡ କରାଇବା ଆଳରେ କୋଟି କୋଟି ଟଙ୍କା ହଡପ କରିବାର ଅଭିଯୋଗ ହୋଇଅଛି l  ଏତେ ଦଲାଲ କର୍ମଚାରୀ ଅଛନ୍ତି ଯାହାକି ସାମାନ୍ୟ କିଛି ଟଙ୍କା ପାଇଁ ଏକ ନିରୀହ ଲୋକର ଗୋପନୀୟ ପତ୍ରକୁ ମଧ୍ୟ କିଛି କୁଚକ୍ରୀ ବ୍ୟକ୍ତିଙ୍କ ହାତରେ ଟେକି ଦେବାକୁ ପଛାଉ ନାହାନ୍ତି l ଏହାର ଜଳନ୍ତ୍ୱ ଉଦାହରଣ ସ୍ଥାନୀୟ ପୌରପରିଷଦ ଅନ୍ତର ଗତ ୱାର୍ଡ ନଂ ୩ ରାଜାବଜାର ଅନ୍ତର୍ଗତ ରାଜା କଚେରୀ ନିକଟସ୍ଥ ଶ୍ରୀକାନ୍ତ ପ୍ରଧାନ ନିଜର ଜମିଜମା ବାବଦରେ ଏକ ଗୋପନୀୟ ତଥ୍ୟ ଯୁକ୍ତ ପତ୍ର ଲିଖିତ ଆକାରରେ ତହସିଲ କାର୍ଯ୍ୟାଳୟ ର ମୁଖ୍ୟ ତହସିଲ ଦାର ମହାଶୟା ପ୍ରୀତିପର୍ଣ୍ଣା ମିଶ୍ରଙ୍କୁ ପ୍ରଦାନ କରିଥିଲେ l କିନ୍ତୁ ଆଶ୍ଚର୍ଯ୍ୟର ବିଷୟ କିଛି ମିନିଟ ମଧ୍ୟରେ ସେ ଗୁପ୍ତ ଚିଠି ଯାଇ ଯେଉଁ ଜମି ଦଲାଲ ଏବଂ ଖଳ ପ୍ରକୃତିର ବ୍ୟକ୍ତିଙ୍କ ବିଷୟରେ ସବିଶେଷ ବିବରଣୀ ଲିଖିତ ଥିଲା ସେହି ଚିଠି ଜମି ଦଲାଲ ଙ୍କ ହସ୍ତରେ ହସ୍ତଗତ ହୋଇଛି l ତାହାରି ଆଧାରରେ ସେହି ଦଲାଲ ବ୍ୟକ୍ତି ଫୋନ ମାଧ୍ୟମରେ ସହଯୋଗୀଙ୍କୁ ଧମକାଇବାକୁ ପଛାଇ ନ ଥିଲା l ଏଠି ପ୍ରଶ୍ନ ଉଠେ ତହସିଲ କାର୍ଯ୍ୟାଳୟ ଜନସାଧାରଣଙ୍କ ଗୁହାରି ଶୁଣିବାରେ କେତେ ସିଦ୍ଧହସ୍ତ l ଜଟଣୀ ତହସିଲ କାର୍ଯ୍ୟାଳୟ ଜନସାଧାରଣଙ୍କ ହିତ ପାଇଁ ନା ଦଲାଲ ଖଳ ପ୍ରକୃତିର ଲୋକଙ୍କ ପାଇଁ l ତାହା ସାଧାରଣ ଜନତା ବିଚାର କରିବେ ଡବଲ ଇଞ୍ଜିନି ସରକାରଙ୍କ ସମୟରେ ତହସିଲ କାର୍ଯ୍ୟାଳୟରେ ଚାଲିଛି କିପରି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୭/୨୦୨୫---୭,୧୦ Sakhigopal News,25/7/2025

Blog Archive

Popular Posts