ଯୁକ୍ତ ଦୁଇରେ ପ୍ରଥମ ଦିନରେ 344 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଲେ
In the first two days, 344 students took the exam.
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍କୃତି ମହାବିଦ୍ୟାଳୟର କଳା, ବାଣିଜ୍ୟ ଓ ବିଜ୍ଞାନର ୩୪୪ ଜଣ ଛାତ୍ରଛାତ୍ରୀ ପ୍ରଥମ ଦିନରେ ସାହିତ୍ୟ ଭାଷା ପରୀକ୍ଷା ଦେଇଛନ୍ତି । ରାଜ୍ୟ ସରକାର କୋଭିଡ ଯୋଗୁ ଅଫଲାଇନି ପରୀକ୍ଷା ଦୁଇ ବର୍ଷ ଧରି ବନ୍ଦ କରି ଦେଇଥିଲେ । ଏ ବର୍ଷ ସମସ୍ତ କଲେଜ ମାନଙ୍କରେ ପରୀକ୍ଷା ଆରମ୍ଭ ହୋଇଛି । ଯୁକ୍ତ ଦୁଇର ପ୍ରଥମ ଦିନରେ ୮ ଟି ହଲରେ ରାଜ୍ୟ ସରକାରଙ୍କ କୋଭିଡ କଟକଣା ନିୟମ ଅନୁସାରେ ଓ ଖରାକୁ ନଜର କରି ସମସ୍ତ ହଲରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ବୋଲି କଲେଜର ବଡବାବୁ ରାଜକିଶୋର ପତିଙ୍କ ଠାରୁ ସୁଚନା ମିଳିଛି । ଏ ବର୍ଷ ପିଲା ମାନଙ୍କୁ ଅତିରିକ୍ତ ଉତ୍ତର ପାଇଁ କାଗଜ ଦିଆଯାଉନାହିଁ । କାରଣ ୨୭ ପୁଷ୍ଠାର ଏକ ପ୍ରଶ୍ନଉତ୍ତର ଖାତା ପିଲା ମାନଙ୍କୁ ଦିଆଯାଇଛି । ଯାହାକି ସେମାନେ ଆଉ ଅତିରିକ୍ତ କାଗଜ ମାଗବେ ନାହିଁ । ଅନ୍ୟ ପକ୍ଷେ ପିଲାମାନେ କଲେଜରେ ପରୀକ୍ଷା ଦେଉଥିବାରୁ ଭାରି ଖୁସି ରହିଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରତିକାନ୍ତ ପରିଡାଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୪/୨୦୨୨ Sakhigopal News,28/4/2022