ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟନ କଲେ ନବନିର୍ବାଚିତ ସରପଞ୍ଚ
The newly elected sarpanch inaugurated the drinking water supply project
ବଲାଙ୍ଗିର:ସଇଁନ୍ତଲା ବ୍ଲକ ଯୁରାବନ୍ଧ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ କରିସ୍ମା ନନ୍ଦ ଗାଁକୁ ଗଭୀର ନଳକୂପ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୱାର୍ଡସଭ୍ୟା ଲୀଳାବତୀ ବରିହା ଓ ଜୟକାନ୍ତ ବରିହା ଉପସ୍ଥିତ ଥିଲେ । ଦୀର୍ଘ ଦିନରୁ ଗାଁରେ ଗଭୀର ନଳକୂପ ଖୋଳା ଯାଇଥିଲେ ମଧ୍ୟ ମୋଟର ସଂଯୋଗ ହୋଇ ନଥିବାରୁ ତାହା କାର୍ଯ୍ୟକ୍ଷମ ହୋଇପାରୁ ନଥିଲା । ହେଲେ ଏବେ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଇଥିବାରୁ ଲୋକେ ପାଣି ପାଇପାରିବେ ବୋଲି ଗାଁରେ ଖୁସିର ଲହରୀ ଖେଳିଯାଇଛି ।
ସୂଚନାଯୋଗ୍ୟ ନବନିର୍ବାଚିତ ସରପଞ୍ଚ କରିସ୍ମାଙ୍କ ବୟସ ପାଖାପାଖି ୨୩ ହେବ । ଛାତ୍ରୀ ଜୀବନରୁ ରାଜନୀତିକୁ ପାଦ ଥାପି ଥିବାବେଳେ ପଞ୍ଚାୟତର ଉନ୍ନତି ଦିଗରେ ପଦକ୍ଷେପ ନେବେ ବୋଲି ସ୍ଥାନୀୟ ଜନସାଧାରଣ ଆଶା ବାନ୍ଧିଛନ୍ତି । ଜଣେ ଶିକ୍ଷିତି ଯୁବ ସରପଞ୍ଚଙ୍କୁ ପାଇଥିବାରୁ ଅଞ୍ଚଳବାସୀ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଏପରିକି ଉକ୍ତ ପଞ୍ଚାୟତକୁ ଜିଲ୍ଲାରେ ଏକ ନମ୍ବର ପଞ୍ଚାୟତ ଭାବେ ପରିଚିତ କରାଇବା ପାଇଁ ସରପଞ୍ଚ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ