ନୀଳାଚଳ କୃଷକ ମହାସଂଘ ପୁରୀ ଜିଲ୍ଲାରେ ସମସ୍ତ ସମବାୟ ସମିତର ନିର୍ବାଚନରେ ଲଢ଼ିବ
The Nilachal Krishak Mahasangh will contest the elections of all cooperative societies in Puri district
ସାକ୍ଷୀଗେ।।ପଳ---- ମହାନ ଜନନାୟକ, ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ମହାପରାୟଣ ଦିବସରେ ନୀଳାଚଳ କୃଷକ ମହାସଂଘ ପକ୍ଷରୁ ଏକ ସ୍ମୃତିଚାରଣ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ସତ୍ୟବାଦୀ ରେ ଥିବା ସମସ୍ତ ସମବାୟ ସମିତିରେ ହେବାକୁ ଥିବା ନିର୍ବାଚନରେ ନୀଳାଚଳ କୃଷକ ମହାସଂଘ ପ୍ରାର୍ଥୀ ଦେବ ବୋଲି ମହାସଂଘର ସଭାପତି ଗୋପିନାଥ ମିଶ୍ର କହିଛନ୍ତି । ସୁଚନାଯୋଗ୍ୟ ଯେ ଆଗାମୀ ଦିନରେ ସତ୍ୟବାଦୀ ଓ କଣାସ, ବହ୍ମଗିରି , ଗୋପ, ଆଦି ଅଞ୍ଚଳରେ ଥିବା ସମବାୟ ସମିତିର ପରିଚାଳନା ପାଇଁ ଏକ କମିଟି ଗଠନ କରାଯିବ । ଆବଶ୍ୟକ ସ୍ଥଳେ ନିର୍ବାଚନ କରାଯିବ । ଏହାକୁ ନଜର କରି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସଞ୍ଜୟ ବରାଳ ସଭାପତିତ୍ୱ କରିଥିଲେ । ଏହି ବୈଠକରେ ଶତାଧିକ ଚାଷୀ ତଥା ସମବାୟ ସମିତିର ସଦସ୍ୟ ମାନେ ଯୋଗ ଦେଇଥିଲେ । ମହାସଂଘର ସଭାପତି ଶ୍ରୀ ମିଶ୍ର ଯୋଗଦେଇ ପୁରୀ ଜିଲ୍ଲାର ସମସ୍ତ ସମବାୟ ସମିତିରେ ମହାସଂଘ ପକ୍ଷରୁ ପ୍ରାର୍ଥୀ ଦିଆଯିବ ବୋଲି ବୈଠକରେ ନିସ୍ପତି ଗ୍ରହଣ କରାଯାଇଥିଲା ବୋଲି ମହାସଂଘର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ର କହିଛନ୍ତି । ବୈଠକରେ ଉଗ୍ରସେନ ବିଶ୍ୱାଳ ,ମୋହନ ଚରଣ ଦିକ୍ଷୀତ, ପ୍ରତାପ ପାଇକରାୟଙ୍କ ସହିତ ପ୍ରାୟ ଶତାଧିକ ଚାଷୀ ମାନେ ଉପସ୍ଥିତ ରହିଥିଷଲ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୪/୨୦୨୨----୯,୩୦ Sakhigopal News, 19/4/2022