ସତ୍ୟବାଦୀ ମଣ୍ଡଳ ସ୍ତରୀୟ ମେଗା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ
Satyavadi Mandal level mega health fair held
ସାକ୍ଷୀଗୋପାଳ----- ସତ୍ୟବାଦୀରେ ଆଜାଦୀର ଅମୃତ ମହୋତ୍ସବ ଅବସରରେ ମଣ୍ଡଳ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଉତ୍କଳମଣି ଗୋପବନ୍ଧୁ ସ୍କୃତି ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାର ଆୟୋଜକ ହେଉଛନ୍ତି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଳଗୁମ । ପୁରୀ, ସାକ୍ଷୀଗୋପାଳ, ବିଭିନ୍ନ ସ୍ୱାସ୍ୟ କେନ୍ଦ୍ରର ଅଭିଜ୍ଞ ଡାକ୍ତର ମାନଙ୍କୁ ନେଇ ଏହି ସ୍ୱାସ୍ଥ୍ୟ ମେଳାରେ ୨୨ଗୋଟି ଷ୍ଟଲ କରାଯାଇଥିଲା । ସ୍ତ୍ରୀରୋଗ, ଚକ୍ଷୁ, ନାସା,ଗଳା, କର୍ଣ୍ଣ, ଅସ୍ଥିଶଲ୍ୟ, ମେଲେରିଆ, ମାନସିକ, ମେଡିସିନ, ଶିଶୁ , ଯୋଗ , ଫିଜଥୋରାପି ଓ କୋଭିଡ ଟିକାକରଣ ସହିତ ସିଡିପିଓଙ୍କ ତରଫରୁ ପୋଷଣ ପରାମର୍ଶ କେନ୍ଦ୍ର ଖୋଲିଥଲା ।
ଏହି ସ୍ୱାସ୍ଥ୍ୟ ମେଳାକୁ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡ. ସୁଜତା ମିଶ୍ର, ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରତିକାନ୍ତ ପରିଡା, ବିଡିଓ କ୍ଷୀରୋଦ କୁମାର ବେହେରା, ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ବିଶ୍ୱଜିତି ମିଶ୍ର, ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀ , ଏବିଇଓ ମୂଷା ମଲିକ ପ୍ରମୁଖଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ମେଳା ଉଦଘାଟିତ ହୋଇଥିଲା । ପ୍ରଥମେ ମହାବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ଶ୍ରୀ ସାମନ୍ତରାୟଙ୍କ ସହିତ ଅତିଥି ମାନେ ମାଲ୍ୟର୍ପଣ କରିଥିଲେ ।
ଉଦଘାଟନ ପରେ ବିଧାୟକ ଓ ଅତିଥି ମାନେ ବିଭିନ୍ନ ବିଭାଗ ବୁଲିବା ସହ ଲୋକମାନଙ୍କ ସହିତ ସ୍ୱାସ୍ଥ୍ୟ ମେଳା ସୁବିଧା ଅସୁବିଧା ସମ୍ପର୍କେ ବିଧାୟକ ପଚାରି ବୁଝିଥିଲେ । ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟାପିକା ଶୁଭସ୍ମିତା ପଟ୍ଟାନାୟକ ଅତିଥି ପରିଚୟ ସହିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ମହାବିଦ୍ୟାଳୟର ଛାତ୍ର ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଅନୁଷ୍ଠିତ ସଭାରେ ବିଧାୟକ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗ ପ୍ରତି ଗୁରୁତ୍ୱ ଦେବାସହ ଲୋକମାନେ କିପରି ସ୍ୱାସ୍ଥ୍ୟ ସେବା ଗୋଟିଏ ସ୍ଥାନରେ ପାଇ ପାରିବେ ସେଥିପ୍ରତି ନଜର କରି ଏହି ସ୍ୱାସ୍ୟ ସେବାର ଆୟୋଜନ କରାଯାଇଛି । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡ. ମିଶ୍ର କହିଥିଲେ ପୁରୀ ଜିଲ୍ଲରେ ଏହି ସ୍ୱାସ୍ଥ୍ୟ ମେଳାକୁ ମିଶାଇ ୮ଟି ବ୍ଳକରେ କରାଯାଇଛି । ଏହି ସ୍ୱାସ୍ଥ୍ୟ ମେଳାରେ ଲୋକମାନେ ବହୁ ଉପକାର ପାଇ ପାରୁଛନ୍ତି ବୋଲି କହିଥିଲେ ।
ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଥିଲେ ଲୋକମାନେ ପଇସା ଖର୍ଚ୍ଚ କରି ଡାକୁର ମାନଙ୍କୁ ଦେଖାଇବା ପାଇଁ ବହାରକୁ ଯାଉଛନ୍ତି ମାତ୍ର ଏବେ ଆମର ପିୟ ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ପାଖରେ ଅଭିଜ୍ଞ ଡାକ୍ତର ମାନଙ୍କୁ ଆଣି ସ୍ୱାସ୍ୟ ସେବା ଯୋଗାଇ ଦେବାର ବନ୍ଦୋବସ୍ଥ କରିଛନ୍ତି ବୋଲି କହିଥିଲେ । ଏହି ସ୍ୱାସ୍ଥ୍ୟ ମେଳାରେ ବିଭିନ୍ନ ପଞ୍ଚାୟତରୁ ପ୍ରାୟ ୭ଶହରୁ ଅଧିକ ଲୋକମାନେ ଡାକ୍ତରଙ୍କୁ ଦେଖାଇ ମାଗଣାରେ ମେଡିସିନ ନେଇଥିବାର ଜଣାପଡିଥିଲା । ଏହି ସ୍ୱାସ୍ଥ୍ୟ ସେବାରେ ଆକର୍ଷଣୀୟ ଥିଲା ସିଡିପିଓ ରାଜଲକ୍ଷ୍ମୀ ଦାଶଙ୍କ ତତ୍ୱବଧାନରେ କରାଯାଇଥିଲା ପୋଷଣ ( ସୁଷମ ଖାଦ୍ୟ )ର ପରାମର୍ଶ କେନ୍ଦ୍ର । ଆଶା ଓ ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ରହିଥିଲେ । ଏହି ସ୍ୱାସ୍ଥ୍ୟ ମେଳାକୁ ଫାମାସିଷ୍ଟ ସୁରେଶ କୁମାର ନନ୍ଦ, ବିପିଏମ ଜ୍ୟୋତି ରଞ୍ଜନ ଶତପଥୀ, ବିଇଓ କ୍ଷେତ୍ରମଣୀ ସେଠୀ , ବ୍ଳକ କୋଷାଧ୍ୟକ୍ଷ ସୁଶାନ୍ତ କୁମାର ସାହୁ ଓ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ ସ୍ୱାସ୍ଥ୍ୟ ମେଳାକୁ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୪/୨୦୨୨--୭,୧୦ Sakhigopal News, 26/4/2022