ଘାସିରାମଙ୍କ ଘର ପୋଡିଦେଲେ ଦୁର୍ବୃତ, ଫାଣ୍ତିରେ ଅଭିଯୋଗ
Ghasiram's house was set on fire, according to Fanti.
ବଲାଙ୍ଗିର:ସଇଁନ୍ତଲା: ସଇଁନ୍ତଳା ବ୍ଲକ୍ ଟିକ୍ରାପଡା ଗାଁ’ର କିଛି ଲୋକ ଘାସିରାମଙ୍କ ଘରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ ଘାସିରାମ ଟିକ୍ରାପଡା ଫାଣ୍ତିରେ ଲିଖିତ ଅଭିଯୋଗ କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର କିଛି ବ୍ୟକ୍ତି ଏଭଳି କାଣ୍ତ ଘଟାଇଥିବା ତାଙ୍କ ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି । ଘରେ ଥିବା ୪ ବସ୍ତା ଧାନ, ୨ ବସ୍ତା ଚାଉଳ, ନଗଦ ୫୦ ହଜାର ଟଙ୍କା, ୧୨ ଅଣା ଓଜନର ସୁନା ପୋଡି ନଷ୍ଟ ହୋଇଯାଇଥିବା ଘାସିରାମ ଅଭିଯୋଗରେ ଦର୍ଶାଇଛନ୍ତି। ପରିବାର ଲୋକେ ଭୟଭୀତ ଅବସ୍ଥାରେ ଥିବା ସେ କହିଛନ୍ତି।
ଅଭିଯୋଗ ମୁତାବକ, ଘାସିରାମ ଘରର କବାଟ ବନ୍ଦ କରି ବିଳମ୍ବିତ ରାତିରେ ଅଗଣାରେ ଶୋଇଥିଲେ।ରାତି ଦୁଇଟା ସମୟରେ ଘର ନିଆଁରେ ଜଳୁଥିବା ସେ ଦେଖିଥିଲେ। ଗାଁ ଲୋକଙ୍କ ସହାୟତାରେ ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ମୁରିବାହାଲ ଦମକଳ ଅଫିସକୁ ଖବର ଦିଆଯାଇଥିଲା। ମୁରିବାହାଲ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ଅଭିଯୋଗ ପାଇବା ପରେ ଟିକ୍ରାପଡା ଫାଣ୍ତି ଅଧିକାରୀ ଗୋପାଳଚନ୍ଦ୍ର ମିଶ୍ର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ତଦନ୍ତ ଜାରି ରହିଥିବା ଏନେଇ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୧୭/୪/୨୦୨୨---୧୧,୧୦ Sakhigopal News,17/4/2022