Breaking News

ଡେଲାଙ୍ଗରେ ମେସିନ ଖୋଳୁଛି ପୋଖରୀ; ବିଡିଓ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦିକା


Ponds digging machines in Delang; The honeymoon between the video and the contractor.

  ଡେଲାଙ୍ଗ--- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚଙ୍କ ପ୍ରତିନିଧି  ମେସିନ ସାହାର୍ଯ୍ୟରେ ସାନ ଗୁଆଳିପଡା ଓ ମାଛପଡା ଗ୍ରାମରେ ମେସିନ ସାହାର୍ଯ୍ୟରେ ପୋଖରୀ  ଖୋଳା ଚାଲୁଛି । ଲୋକମାନେ କାମ ଧନ୍ଦା ନ ପାଇ ଭୋଗ ଉପାସରେ ରହୁଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର ଏନଆରଜିଏସ ଯୋଜନାରେ ପୋଖରୀ ଖୋଲିବା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି । ଲୋକମାନେ ଜବ କାଡରେ ଏହି କାମ କରିବା କଥା । ମାତ୍ର ନବ ନିର୍ବାଚିତ ସରପଞ୍ଚ ଓ ବିଡିଓଙ୍କ ମଧ୍ୟରେ ମଧୁ ଚନ୍ଦିକା ଯୋଗୁ ଏଠାରେ ଏନଆଜିଏସ କାମ ମେସିନ କରୁଥିବା ନେଇ ଗୁଆଳିପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ କାଳନ୍ଦୀ ଜେନା ଏକ ସାମ୍ବାଦିକ ସମ୍ମଳନୀରେ ଏହା ପ୍ରକାଶ କରିଛନ୍ତି । ଏପରିକି ସେ ବ୍ଳକ, ତହସିଲଦାର ସମସ୍ତଙ୍କୁ ଜଣାଇଛନ୍ତି । ସାତଦିନ ମଧ୍ୟରେ ଏହା ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରନ୍ତି ତା ହେଲେ ବ୍ଳକ ଓ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୮/୪/୨୦୨୨---୮,୪୦ 

  Sakhigopal News, 28/4/2022

 

Blog Archive

Popular Posts