ନରାଜରୁ ଖୋର୍ଦ୍ଧା ରୋଡ୍ ରେଲୱେ ସେଟଲେମେଣ୍ଟ ପର୍ଯ୍ୟନ୍ତ ଜଳ ଯୋଗାଣ ପାଇଁ ପାଇପ୍ ଲାଇନ୍ ର ଫାଉଣ୍ଡେସନ୍ ଷ୍ଟୋନ୍ ସ୍ଥାପନ
ଜଟଣୀ --29/04/22-ଖୋର୍ଦ୍ଧା ରୋଡ୍ ର ରେଳ ମଣ୍ଡଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟ ନାରାଜରୁ ଖୋର୍ଦ୍ଧା ରୋଡ୍ ରେଲୱେ ସେଟଲେମେଣ୍ଟ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ପାଇଁ ପାଇପ ଲାଇନ ସ୍ଥାପନ ର ଫାଉଣ୍ଡେସନ ପ୍ରସ୍ତର ରଖିଛନ୍ତି । ପ୍ରକଳ୍ପ ସମାପ୍ତ ହେବା ପରେ ନାରାଜରୁ ପାନୀୟ ଜଳ ହିଲ୍ ଟପ୍ ଟ୍ୟାଙ୍କରେ ସଂଗ୍ରହ କରାଯାଇ ରେଳ କ୍ୱାର୍ଟର୍ସ ଏବଂ ସେବା ଭବନରେ ବଣ୍ଟନ କରାଯିବ । ପାନୀୟ ଜଳ ପାଇପ୍ ଲାଇନ ଗୁଡ଼ିକରୁ ଜଟଣୀ ପୋଲିସ ଷ୍ଟେସନ ଅଞ୍ଚଳରୁ ବଡ ମସଜିଦ ଛକ , ଜଟଣୀ ଟାଉନ ହଲ ଦେଇ ରେଲୱେ କଲୋନୀକୁ ପ୍ରବେଶ କରି ହିଲ୍ ଟପ୍ ଟ୍ୟାଙ୍କରେ ସଂଗ୍ରହ କରାଯିବ । ବର୍ତ୍ତମାନ ଦୟାନଦୀ ରୁ ଜଳ ଫିଲ୍ଟର ହାଉସରେ ସଂଗ୍ରହ କରାଯାଉଛି ଓ ଫିଲ୍ଟର ଏବଂ କ୍ଲୋରୋନେସନ ପରେ ରେଳ କ୍ୱାର୍ଟର୍ସ ଏବଂ ସେବା ଭବନକୁ ଜଳ ଯୋଗାଣ ହେଉଛି ।
ପ୍ରତିଦିନ ଖୋର୍ଦ୍ଧା ରୋଡ୍ ରେଲୱେ ସେଟଲେମେଣ୍ଟ ର ସମସ୍ତ ରେଳ କ୍ୱାର୍ଟର୍ସ ଏବଂ ସେବା ଭବନ କୁ ପାନୀୟ ଜଳ ଯୋଗାଇବା ପାଇଁ ଚାଳିଶ ଲକ୍ଷ ଲିଟର ଜଳ ଆବଶ୍ୟକ ହୋଇଥାଏ । ନାରାଜରୁ ପାନୀୟ ଜଳ ଯୋଗାଣ ଦ୍ୱାରା କର୍ମଚାରୀମାନେ ପର୍ଯ୍ୟାପ୍ତ ପରିମାଣ ବିଶୁଦ୍ଧ ଜଳ ପାଇବାରେ ସହାୟକ ହୋଇପାରିବ ।
ଏହି ନୂତନ ପ୍ରକଳ୍ପ ଦ୍ୱାରା ନାରାଜରୁ ପାନୀୟ ଜଳ ଯୋଗାଣ ପାଇଁ , ପ୍ରାରମ୍ଭିକ ବର୍ଷ ପାଇଁ ଆନୁମାନିକ 3.82 କୋଟି ଟଙ୍କା ଖର୍ଚ୍ଚ ହେବ । ଓଡ଼ିଶା ସରକାରଙ୍କ PHD ବିଭାଗ ସହ ମିଳିତ ଭାବରେ ଏହି ପ୍ରକଳ୍ପ କାମ କରାଯିବ ।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୪/୨୦୨୨-----୧୦,୨୫ Sakhigopal News,29/4/2022