Breaking News

ଟିକେଟ୍ ଯାଞ୍ଚ ଏବଂ ପାନ୍ଟ୍ରିକାର ଷ୍ଟାଫ୍ ଙ୍କ ପାଇଁ ଅଗ୍ନି ନିରୋଧ ପ୍ରଶିକ୍ଷଣ ଶିବିର

Ticket check and fire prevention training camp for Pantry staff

ଜଟଣୀ ----- ଟ୍ରେନ୍ ଏବଂ ପାନ୍ଟ୍ରି କାରରେ ଅଗ୍ନି ଭଳି ବିପନ୍ନ ପରିସ୍ଥିତି ପାଇଁ କର୍ମଚାରୀଙ୍କୁ ପ୍ରସ୍ତୁତ ରଖିବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ରୋଡ୍ ମଣ୍ଡଳ, ଭୁବନେଶ୍ୱର ରେଳ ଷ୍ଟେସନରେ ଟିକେଟ୍ ଚେକିଂ କର୍ମଚାରୀ ଏବଂ ପାନ୍ଟ୍ରି କାର୍ କର୍ମଚାରୀଙ୍କୁ ଅଗ୍ନି ନିର୍ବାପକ ତାଲିମ ଦିଆଯାଇଛି । କର୍ମଚାରୀମାନେ ଟ୍ରେନରେ ଅଗ୍ନିକାଣ୍ଡ ଦୁର୍ଘଟଣା ସମୟରେ ନିଆଁ ଲିଭାଇବା ଏବଂ ପାନ୍ଟ୍ରି କାରରେ ଏବଂ କୋଚରେ ଉପଲବ୍ଧ ଅଗ୍ନି ନିର୍ବାପକ ଯନ୍ତ୍ରକୁ କିପରି ବ୍ୟବହାର କରାଯିବ ସେଥିପାଇଁ ବିଭିନ୍ନ ପ୍ରକାରର ଅଗ୍ନି ଏବଂ ପଦ୍ଧତି ଉପରେ ତାଲିମ ଦିଆଯାଇଥିଲା। ଯାତ୍ରୀଙ୍କ ଜୀବନ ଏବଂ ରେଳବାଇର ସମ୍ପତ୍ତି ବଞ୍ଚାଇବା ପାଇଁ ଏଭଳି ଦୁର୍ଘଟଣା ପାଳନ କରାଯିବାକୁ ଥିବା ବିଭିନ୍ନ ସତର୍କତା ନିର୍ଦ୍ଦେଶାବଳୀକୁ ମଧ୍ୟ  ଅବଗତ କରାଯାଇଥିଲା ।
“ସ୍ମାର୍ଟ ଇଞ୍ଜିନିୟରିଂ ଆଣ୍ଡ ସର୍ଭିସେସ୍”, ଭୁବନେଶ୍ୱରର ବିଶେଷଜ୍ଞଙ୍କ ସହ ଖୋର୍ଦ୍ଧା ରୋଡ୍ ମଣ୍ଡଳ ର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍), ଶ୍ରୀ କଲ୍ୟାଣ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଏହି ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଜଟଣୀରୁ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୪/୨୦୨୨----୧୦,୧୦   Sakhigopal News 26/4/2022

Blog Archive

Popular Posts