Breaking News

୧୦ କିଲୋ ଗଞ୍ଜେଇ ଜବତ , ଜଣେ ଗିରଫ

10 kg of cannabis seized, one arrested
  ଭଞ୍ଜନଗର- ଗଞ୍ଜେଇ ବସ୍ତା ଧରି ବସକୁ ଅପେକ୍ଷା କରିଥିବା ବେଳେ , ସୂଚନା ପାଇ ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରିଥିଲେ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଭଂଜନଗର ଅବକାରୀ  ଥାନା ଅଧିକାରୀ ରମ୍ଭା ବାଗ ଘଟଣାସ୍ଥଳରେ ପହଞ୍ଚି ଗଞ୍ଜେଇ ବସ୍ତା ଜବତ ସହ ସଂପୃକ୍ତ ବ୍ୟବସାୟୀ ମନୋଜ ଦିଗାଲକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ।  ଅବକାରୀ ଥାନା କେସନଂ ୭/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀମତୀବାଗ କହିଛନ୍ତି । ଖବର ନେବାରେ ବ୍ୟବସାୟୀ ମନୋଜ ୧୦ କିଲେ ଗଞ୍ଜେଇଧରି ଫୁଲବାଣୀ-ରୁ ଭୁବନେଶ୍ୱର ଯିବାପାଇଁ ବେଲଗୁଣ୍ଠା ରୋଡରେ ବସକୁ ଅପେକ୍ଷା କରିଥିବା ସମୟରେ ଏହି ଚଢାଉ କରାଯାଇଥିଲା । ଏହି ଚଢାଉରେ ଏ ଏସ ଆଇ ରାମେଶ୍ୱର ବେହେରା,ସନାତନ ନାହକ,ସୁବଳ ପ୍ରଧାନ,ଜଗନ୍ନାଥ ମହାପାତ୍ର,କୃଷ୍ଣଚନ୍ଦ୍ର ସାମିଲ୍ ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୪/୨୦୨୨---୯,୧୦ Sakhigopal News,22/4/2022

Blog Archive

Popular Posts