ଅଳଗୁମ ପଞ୍ଚାୟତ ପ୍ରିମିୟର ଲିଗ- ଉଦଘାଟିତ, ବୀରରାମଚନ୍ଦ୍ରପୁର ୩ ଉଇକେଟରେ ବିଜୟୀ
Algum Panchayat Premier League - Opened, Birramchandrapur won by 3 wickets
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜାଗେଶ୍ୱରୀ କ୍ରିକେଟ କ୍ଳବ ଅଳଗୁମରେ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଦକ୍ଷିଣବାଟି ଗ୍ରାମ ପଡିଆରେ ଉଦଘାଟିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ୩୧ନଂ ଜୋନର ଜିଲ୍ଲାପରିଷଦ ସଭ୍ୟ ନାରାୟଣ ରାଉତରାୟ ଯୋଗଦେଇ କ୍ରିକେଟ ମ୍ୟାଚକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ଗ୍ରାମ ପଞ୍ଚାୟତର ଜନପ୍ରତିନିଧି ମାନେ ଯୋଗଦେଇଥିଲେ । ଉଦଘାଟନୀ ମ୍ୟାଚରେ ବୀରରାମଚନ୍ଦ୍ରପୁର କ୍ରକେଟ କ୍ଳବ ତିନି ଉଇକେଟରେ ବିଜୟୀ ଲାଭ କରିଛି । ପ୍ରଥମ ମ୍ୟାଚ ଶୁକଳ ଓ ବୀରରାମଚନ୍ଦ୍ରପୁର ପଞ୍ଚାୟତ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଶୁକଳ କ୍ରିକେଟ ଦଳ ଟଚ ଜିତି ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୬ ଉଇକେଟ ହରାଇ ୭୦ ରନ କରିଥିଲେ । ଜବାବରେ ବୀରରାମଚନ୍ଦ୍ରପୁର କ୍ରକେଟ ଦଳ ୯ ଓଭର ୨ଟି ବଳରେ ୭ ଉଇକେଟ ହରାଇ ୭୧ ରନ କରିବାରେ ସକ୍ଷମ ହୋଇଥିଲା । ମ୍ୟାଚ ପରିଚାଳନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଦାସ ଓ ପବିତ୍ର କୁମାର ସେଠି । ଜାଗେଶରି ର୍କିକେଟ କ୍ଳବର ସମ୍ପାଦକ ମନୋରଜ୍ଞନ ରଥଙ୍କ ସହିତ ଆକାଶ ମହାପାତ୍ର, ବିଜୟରାଜ ମହାଦେବିଦତ୍ତ ମଲ୍ଲିକ, ସତ୍ୟଜିତ ନାୟକ, ଶିବ ନାରାୟଣ ମହାନ୍ତି, ନ୍ତି ଓ ବିଭୁଦତ୍ତ ମଲ୍ଲିକ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୪/୨୦୨୨----୪,୩୫
Sakhigopal News, 18/4/2022