ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର 45 ତମ ବାର୍ଷିକ ଉତ୍ସବ
Utkalmani Gopbandhu Memorial College celebrates its 45th anniversary
ସାକ୍ଷୀଗୋପାଳ ------ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ୪୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସମିର ରଞ୍ଜନ ଦାଶ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ , ମୁଖ୍ୟବକ୍ତା ଭାବେ ଅକାଶ ଦାଶ ନାୟକ , ମୋ କଲେଜ ଅଭିଯାନର ଅଧ୍ୟକ୍ଷ, ସମ୍ମାନୀତ ଅତିଥି ଭାବେ ଉମାକାନ୍ତ ସାମନ୍ତରାୟ ସତ୍ୟବାଦୀ ବିଧାୟକ ଓ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅତିଥି ମାନଙ୍କ ଦ୍ୱାରା କଲେଜ ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରତିକାନ୍ତ ପରିଡା ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ । ଅଧ୍ୟାପିକାସୁଜତା ମହାପାତ୍ର ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ମହାବିଦ୍ୟାଳୟର ବାଷିକ ବିବରଣୀ ପାଠ କରିଥିଲେ ଅଧ୍ୟାପିକା ସସ୍ମିତା ପ୍ରଧାନ । ମହାବିଦ୍ୟାଳୟରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କେ ବାର୍ଷିକ ବିବରଣୀରେ ସ୍ଥାନ ପାଇଥିଲା । ବିଶେଷ କରି ମହାବିଦ୍ୟାଳୟର ପାଚୋରୀ, ଖେଳ ପଡିଆ, ପିଲାଙ୍କ ପାଇଁ ସାଇକେଲ ଷ୍ଟାଣ୍ଡ, ଛାତ୍ର ଛାତ୍ରୀଙ୍କ ସଂଖ୍ୟା ଅନୁଯାୟୀ କ୍ଳାସରୁମ, ଅଧ୍ୟାପକ, ଅଧ୍ୟାପିକା, କମନରୁମ ଆଦି ସମ୍ପର୍କେ ଦାବି ରଖାଯାଇଥିଲା ସ୍ଥାନୀୟ ବିଧାୟକ ତାଙ୍କ ଭାଷଣରେ ଘୋଷଣା କରିଥିଲେ ଯେ ପାଚେରୀ ନିର୍ମାଣ ପାଇଁ ୧୫ ଲକ୍ଷ ଟଙ୍କା ଅନୁମୋଦନ କରିଥିଲେ । ସେହିପରି ମୋ କଲେଜ ଅଭଯାନର ଅଧ୍ୟକ୍ଷ ଆକାଶ ନାୟକ କହିଥିଲେ ପୂର୍ବତନ ଛାତ୍ର ସଂସଦ ୧ଟଙ୍କା ଦେଲେ ଆମେ ଦୁଇଟଙ୍କା ଦେବୁ । ଆସ ଆମେ ସମସ୍ତେ ମିଶିକି ଏହି କଲେଜକୁ ଏକ ମଡେଲ କଲେଜ କରିବା ପାଇଁ କହିଥିଲେ । କଲେଜର ଯୁକ୍ତ ୩ ବର୍ଷର ଛାତ୍ରୀ ିତଥା ପାରାଆଥେଲେଟିକ ଜୟନ୍ତୀ ବେହେରାଙ୍କୁ ଆମ କଲେଜର ସୁନାଝିଅ ଭାବେ ଘୋଷଣା କରିବା ସହ ତାଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ ଅତିଥି ମାନେ କରିଥିଲେ । ସେହିପରି ବିଭିନ୍ନ ବିଭାଗରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ସିଲ ପ୍ରଦାନ କରାଯାଇଥିଲା । ପରେ ପରେ କଲେଜର ଛାତ୍ର ମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଅଧ୍ୟାପିକା କଳ୍ପନା କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୪/୨୦୨୨---୧୦,୦୫
Sakhigopal News, 21/4/2022