Breaking News

ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ

କଣାସ --- କଣାସ ଥାନା ଗଡସାନପୁଟ ଗ୍ରାମପଞ୍ଚାୟତ ଗଡସାନପୁଟ ଗ୍ରାମର ପ୍ରତ୍ୟକ୍ଷ ଠାକୁରାଣୀ ମା ଜାଗୁଳେଇ ମନ୍ଦିରର ତାଲା ଶୁକ୍ରବାର ମଧ୍ୟରାତ୍ରରେ କୌଣସି ଦୁବୃର୍ତ୍ତ ଭାଙ୍ଗି ଠାକୁରାଣୀଙ୍କ ଆଖି ଦୁଇଟି ଓ  ସୁନା ଓ ରୂପାର ଆଖୀ ନେବାସହ ଦୁଇଟି ରୂପାର ଘୋଡା, ଦାନବାକ୍ସ ଭାଙ୍ଗି ସମସ୍ତ ଟଙ୍କା ଲୁଟିନେଇଛନ୍ତି । ସକାଳୁ ପୂଜାରୀ ଓ ଗ୍ରାମବାସୀ ଆସି ଦେଖନ୍ତି ତ ମନ୍ଦିରର ମୁଖ୍ୟ ତାଲା ଭଙ୍ଗା ଯାଇ ଠାକୁରାଣୀଙ୍କ ଆଖୀ, ଘୋଡା ସମସ୍ତ ଆସବାସପତ୍ର ଚୋରି ହୋଇଯାଇଛି । ପୂଜାରୀ ଭାସ୍କର ମହାପାତ୍ର ମନ୍ଦିର ଚୋରି ସଂପର୍କରେ ପ୍ରଥମେ ମନ୍ଦାରବସ୍ତ ଫାଣ୍ଡି ଓ କଣାସ ଥାନାରେ ଜଣାଇବାପରେ କଣାସ ଥାନା ଭାରପ୍ରାପ୍ତ ଅଧିକାରୀ ଦେବୀପ୍ରସାଦ ଲେଙ୍କା ଏବଂ ମନ୍ଦାରବସ୍ତ ଫାଣ୍ଡି ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ସେହିପରି ମନ୍ଦିର ନିକଟରେ ଥିବା ଗଡସାନପୁଟ ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗା ଯାଇଥିବା ପ୍ରଧାନ ଶୀକ୍ଷୟିତ୍ରୀ ମମତା ରାଣୀ ବେହେରା ଓ ବିଦ୍ୟାଳୟ ସଭାପତି ଦିଲ୍ଲୀପ କୁମାର ପରିଡା ମନ୍ଦାରବସ୍ତ ଫାଣ୍ଡିରେ ଅଭିଯୋଗ କରିଛନ୍ତି ।  କଣାସରୁ ଅଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୨୫ା୭ା୨୦୨୫----୧୦,୧୫   Sakhigopal News, 25/7/2025

Blog Archive

Popular Posts