Breaking News

୩୧ ନଂ ଜୋନ ସ୍ତରୀୟ ପ୍ରିମିୟର ଲିଗ କ୍ରିକେଟ ମ୍ୟାଚ; ନରେନ୍ଦ୍ରପୁର ଫାଇନାଲରେ ପ୍ରବେଶ

Zone 31 Premier League Cricket Match; Entering the Narendrapur final.

 

ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜାଗେଶ୍ୱରୀ  କ୍ରିକେଟ କ୍ଳବ ଅଳଗୁମ ୩୧ନଂ ଜୋନ ସ୍ତରୀୟ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ସ୍ଥାନୀୟ ଦକ୍ଷିଣବାଟି ଗ୍ରାମ ପଡିଆରେ ଅନୁଷ୍ଠିତ ହେଉଛି । ଲିଗ ମ୍ୟାଚ ଶେଷ ହୋଇଯାଇଛି ।  ଆଜି ପ୍ରଥମ ସେବିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।ପ୍ରଥମ ସେମିଫାଇନାଲ ମ୍ୟାଚ ନରେନ୍ଦ୍ରପୁର ସହିତ ନୂଆସମେଶ୍ୱରପୁର କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ପ୍ରଥମେ ଟଚ ଜିତି ନରେନ୍ଦ୍ରପୁର ଦଳ ବ୍ୟାଟି କରି  ୧୦ ଓଭରରେ  ୬ ଉଇକେଟ ହରାଇ  ୮୫ ରନ କରିଥିଲା । ଜବବାରେ ନୁଆସମେଶ୍ପରପୁର ଦଳ ୧୦ଓଭର  ୮ ଉଇକେଟ ହରାଇ ୬୭ରନ କରିଥିଲେ ।  ନରେନ୍ଦ୍ରପୁର ଦଳ ଫଶଇନାଲକୁ ପ୍ରବେଶ କରିଛି । ସେହିପରି ଦୁତୀୟ  ସେମିଫାଇନାଲ ମ୍ୟାଚ  ଅଳଗୁମ ସହିତ ସାଣ୍ଢରା  କ୍ରିକେଟ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ  ଟଚ ଜିତି ସାଣ୍ଢରା ଦଳ ବ୍ୟାଟିଂ କରି ୧୦ ଓଭରରେ ୭ ଉଇକେଟ ହରାଇ ୩୮ ରନ କରିଥିଲା । ଜବାବରେ ଅଳଗୁମ ଦଳ ୨ ଓଭର ୩ ଟି ବଲରେ କୌଣସି ଉଇକେଟ ନ  ହରାଇ ୩୯ ରନ କରି ବିଜୟୀ ହୋଇଥିଲେ  । ମ୍ୟାଚ ପରିଚାଳନା କରିଥିଲେ  ପୂର୍ଣ୍ଣଚନ୍ଦ୍ର ଦାସ ଓ ପବିତ୍ର କୁମାର ସେଠୀ   । ଖେଳ କ୍ରମେଣ୍ଟର ଥିଲେ  ବିଶ୍ୱନାଥ ପ୍ରଧାନ ।  ଅଳଗୁମ  ଜାଗେଶ୍ୱରି ର୍କିକେଟ କ୍ଳବର ସଦସ୍ୟ ଭକ୍ତ ଚରଣ ସେଠୀ, ସତ୍ୟବତ୍ର  ବିଶ୍ୱାଳ, ଦେବାଶିଷ ପଣ୍ଡା, ଶକ୍ତି ମଲିକ ଓବିଦ୍ୟାଜ୍ୟୋତି ମଲିକ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୪/୨୦୨୨----୬,୫୦  

Sakhigopal News , 28/4/2022


Blog Archive

Popular Posts