କେନ୍ଦୁପଦର ଗୋଷ୍ଠୀ ସଂଘର୍ଷ ;ହତ୍ୟା ଘଟଣାରେ, ୨୦ ରେ ପହଞ୍ଚିଲା ଗିରଫ ସଂଖ୍ୟା
Kendupadar clashes: 20 killed in killings
ଭଞ୍ଜନଗର--ବହୁ ଚର୍ଚ୍ଚିତ ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଗୋଷ୍ଠୀ ସଂଘର୍ଷ । ଏହି ସଂଘର୍ଷରେ ଜଣକର ମୃତ୍ୟୁ ହୋଇଥିଲା । ସେହି ହତ୍ୟା ଘଟଣା ରେ ପୁଣି ଜଣକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ହାଡୁବନ୍ଧୁ ସ୍ବାଇଁ । ଏହି ଗିରଫ କୁ ମିଶାଇ ଆଜି ପର୍ଯ୍ୟନ୍ତ ୨୦ ଜଣ ଗିରଫ ହୋଇସାରିଛନ୍ତି । ପୂର୍ବରୁ ୧୯ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସୁଚନା ଯୋଗ୍ୟ ଯେ ଗତ ୧୨ ତାରିଖ ରାତିରେ , କେନ୍ଦୁପଦର ଗାଁ ରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ କେନ୍ଦୁପଦର ଗ୍ରାମର ବୁଲୁରାମ ସ୍ବାଇଁ ଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ପୋଲିସ ର ମୁଣ୍ଡବ୍ୟଥା ବଢ଼ି ଯାଇଥିଲା । ଏହି ଗୋଷ୍ଠୀ ସଂଘର୍ଷ ରେ , ଦୁଇ ଗୋଷ୍ଠୀ ର ଏତଲା ଆଧାରରେ ଦୁଇଟି ମାମଲା ରୁଜୁ ହୋଇଥିଲା । ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଏସ୍ ଆଇ ଶୁଭ୍ରଜିତ୍ ସାମନ୍ତରାୟ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୪/୨୦୨୨---୪,୧୦ Sakhigopal News,21/4/2022