ଜଟଣୀରେ ଜଳ ଯୋଗାଣ ବିପର୍ଯ୍ୟସ୍ଥ ; ବର୍ଷା ଦିନେ ଆସୁଛି ଗୋଳିଆ ପାଣି
ଜଟଣୀ :- ଜଟଣୀ ସହରରେ ବର୍ଷା ଦିନରେ ଜଳ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ଅତି ଦୁଃଖର ବିଷୟ l ଜନସାଧାରଣଙ୍କ ହିତ କୁ ଆଖି ଆଗରେ ରଖି ସରକାର ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜଳ ଯୋଗାଣ ବ୍ୟବସ୍ଥା ବ୍ୟାପକ କରିବା ସଙ୍ଗେ ସଙ୍ଗେ ପ୍ରତ୍ୟକ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ୨୪×୭ ସମୟ ଜଳ ଯୋଗାଇବା ନିୟମ କରିଛନ୍ତି ସରକାର । ଜଟଣୀ ର ସମସ୍ତ ପୌରାଞ୍ଚଳ ୱାର୍ଡରେ ୱାଟକୋ ତରଫରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି l ସୂଚନା ମୁତାବକ ୱାଟକୋ ତରଫରୁ କେତେବେଳେ କଟକ ମୁଣ୍ଡଳୀ ମୁଖ୍ୟ ପମ୍ପ ଷ୍ଟେସନରେ ବିଦ୍ୟୁତ ସରବରାହ ବନ୍ଦ କେତେବେଳେ ମେଣ୍ଢାଶାଳ ଲାଇନ ଖରାପ,ଜଳସ୍ତର ନିମ୍ନଗାମୀ, ପାଇପ ଲାଇନ ମରାମତି, କାଳ ବୈଶାଖୀରେ ତାର ଛିଡ଼ିବା ଯୋଗୁଁ ମରାମତି ଏଭଳି ଅନେକ କାରଣ ଦର୍ଶାଇ ଜଳ ଯୋଗାଣରେ ବ୍ୟାହତ କରାଯାଉଛି । ଏଥି ଯୋଗୁଁ ୱାର୍ଡ ବାସି ନାହିଁ ନଥିବା ପାଣି ମୁନ୍ଦାକ ପାଇଁ ଅସ୍ତବ୍ୟସ୍ତ ହୋଇପଡନ୍ତି l ବର୍ତ୍ତମାନ ୨୪ ଘଣ୍ଟା ବଦଳରେ ୨ ରୁ ୪ ଘଣ୍ଟା ପାଣି ମିଳୁଛି l ସେଥିରେ ପୁଣି ଗୋଳିଆ ପାଣି l ରାଜ୍ୟରେ ସ୍ଥାନେ ସ୍ଥାନେ ହଇଜା ରୋଗର ସଂକ୍ରମଣ ବ୍ୟାପୁଥିବା ସ୍ଥଳେ ବର୍ତ୍ତମାନ ଗୋଳିଆ ଜଳ ଯୋଗାଣ ସ୍ୱାସ୍ଥ୍ୟ ପକ୍ଷେ କେତେ ହିତକର ତାହା ଡବଲ ଇଞ୍ଜିନି ସରକାର ବିଚାରକୁ ନେବେ lସର୍ବସଧାରଣ ଜନତାଙ୍କ ସୁବିଧା ନିମନ୍ତେ କୌଣସି ଉଚ୍ଚପଦସ୍ଥ ଅଧିକାରୀଙ୍କ ଯୋଗାଯୋଗ ନମ୍ବରର କୌଣସି ସୁବିଧା ନ ଥାଏ l ଏପରିକି ଗୋଟିଏ ଗୋଟିଏ ୱାର୍ଡରେ ପାଣି ଚାବି ଖୋଲିବା ପାଇଁ ମାସିକ ୩୦୦ ରୁ ୫୦୦ ଟଙ୍କା ୱାକର ତଳିଆ କର୍ମଚାରୀ ଆଦାୟ କରିଥାନ୍ତି l କିନ୍ତୁ ୱାଟକୋ ବିଭାଗର ଉଚ୍ଚ ପଦସ୍ଥ ଅଫିସର ମାନେ ହାତ ଗୁଞ୍ଜାନେଇ ସହର ବଜାରରେ ଥିବା ବାଇକ "ୱାସିଂ ଷ୍ଟେସନ "ମାନଙ୍କୁ ବେନିୟମ ଭାବେ ଜଳ ଯୋଗାଣ ବ୍ୟବସ୍ଥା କରାଇଥାନ୍ତି l ଜଣେ ନୂତନ କନେକ୍ସନ ପାଇଁ ୱାଟକୋ ବିଭାଗରେ ପ୍ରମାଣ ପତ୍ର ସହ ୩୦୦ ଟଙ୍କା ଦାଖଲ କରିବାକୁ ପଡେ ସେଥି ସହ କନେକ୍ସନ କର୍ମଚାରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ମୂଲ୍ୟ ସହ ପାଇପ କ୍ରୟ କରିବା ଏଭଳି ବାବଦକୁ ସର୍ବନିମ୍ନ ୧୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ବୋଲି ସାଧାରଣ ଜନତାଙ୍କ ଅଭିଯୋଗ l ସହରରେ ଜଳ ଯୋଗାଣ ବ୍ୟବସ୍ଥା କେବେ ସୁଧୁରିବ ତାହା ସାଧାରଣରେ ପ୍ରଶ୍ନ ଉଙ୍କି ମାରିଛି? । ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ଯଦି ଆଗକୁ ଏଭଳି ପରିସ୍ଥିତି ଉପୁଜେ ତେବେ ଏଥି ପାଇଁ ଜନ ଆନ୍ଦୋଳନ ହେବ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୭/୨୦୨୫----୯,୪୫ Sakhigopal News,26/7/2025