Breaking News

ସତ୍ୟବାଦୀ ପଞ୍ଚାୟତ ସମିତି ବୈଠକ ଶାନ୍ତି ଶୃଙ୍ଖଳା ସହିତ ଶେଷ ; ପାନୀୟଜଳ, ପଞ୍ଚସଖା ଖେଳ ପଡିଆ, ଭର୍ତ୍ତା ସମ୍ପର୍କେ ଗୁରୁତ୍ୱର ସହ ଆଲେଚନା

 Satyavadi Panchayat Samiti meeting ends with peace process; Drinking water, Panchasakha playground, Bharta were discussed in earnest


ସାକ୍ଷୀଗୋପାଳ---- ପଞ୍ଚାୟତ ନିର୍ବାଚନ ସରିବା ପରେ ସତ୍ୟବାଦୀ ବ୍ଳକର ତୃତୀୟ ପଞ୍ଚାୟତ ସମିତି ବୈଠକ ଶାନ୍ତି ଶୃଙ୍ଖଳା ସହିତ ଶେଷ ହୋଇଯାଇଛି । ଆଜି ହେଉଛି ପକୃତ ପକ୍ଷେ ପଥମ ପଞ୍ଚାୟତ ସମିତି ବୈଠକ । ପଞ୍ଚାୟତ ସମିତି ବୈଠକ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଯାଇଛି ।  ପଞ୍ଚାୟତ ସମିତି ସଭାଗୃହ ପରିସରରେ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ରେ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ ଯୋଗ ଦେଇଥିଲେ । ବିଧାୟକଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ଅଧ୍ୟକ୍ଷ ଶ୍ରୀ ପଣ୍ଡା ସ୍ୱାଗତ କରିଥିଲେ ।  ବିଡିଓ କ୍ଷୀରୋଦ କୁମାର ବେହେରା ବୈଠକକୁ ପରିଚାଳନା କରିଥିବା ବେଳେ ଜିପିଓ ସୌଭାଗ୍ୟ ରଞ୍ଜନ କର ପଞ୍ଚାୟତ ସମିତିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ବିବରଣୀ ପାଠ କରିଥିଲେ ।  ପରେ ପଞ୍ଚାୟତ ସମିତିର ୫ ସୁତ୍ରୀ ଅନୁଯାୟୀ ଆଲେଚନା କରାଯାଇଥିଲା । ପ୍ରଥମେ କୃଷି ଓ ଉଦ୍ୟାନ ବିଭାଗ ସମ୍ପର୍କେ ଆଲେଚନା ହେବା ମାତ୍ରେ ନବନିର୍ବାଚିତ ପ୍ରତିନିଧି ମାନେ ବିଭିନ୍ନ ପ୍ରଶ୍ନ ଉଠାଇଥିଲେ ।  ଉଦ୍ୟାନ ବିଭାଗ ଆଲେଚନା ବେଳେ ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ଜୟପୁର ସମିତିସଭ୍ୟ  ଦୀପକ ଶତପଥୀ, ପେଣ୍ଠପଡା ସରପଞ୍ଚ ଚନ୍ମୟ ରାଉତ, ସୁମନ୍ତ ଘଟୁଆରୀ ଙ୍କ ସହିତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ମାନେ ପ୍ରଶ୍ନ ଉଠାଇଥିଲେ ଯେ ଫନିରେ ଭାଙ୍ଗି ଥିବା ନଡିଆ ଗଛ ପଇସା କାହିଁକି ମିଳୁନାହିଁ  ବୋଲି ପ୍ରଶ୍ନ ଉଠାଇଥିଲେ । । ଅଧିକାରୀ  ଦେବଦାସ ଦତ୍ତ କହିଥିଲେ କେତେକ କାରଣ ନେଇ ଅଳ୍ପ କିଛି ଲୋକମାନଙ୍କର ପଇସା ଯାଇ ପାରିନାହିଁ ।

ଏହା ମଧ୍ୟରେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାର ବନ୍ଦୋବସ୍ଥ ଜାରି ରହିଛିବୋଲି ଗୃହରେ ମତ ପ୍ରକାଶ କରିଥିଲେ । ସ୍ୱାସ୍ଥ୍ୟ, ଶିକ୍ଷା ଓ ବିଶେଷ କରି ଅଙ୍ଗନୱାଡି କେନ୍ଦ୍ର ସମ୍ପର୍କେ ବିଶେଷ କରି ଆଲେଚନା କରାଯାଇଥିଲା ।ସମସ୍ତ ଅଙ୍ଗନୱାଡି କେନ୍ଦ୍ରକୁ ମାଗଣାରେ ବିଦ୍ୟୁତ ସଂଯୋଗ କରାଯିବା ସହ ଯେଉଁଠାରେ ଅଙ୍ଗନୱାଡି କେନ୍ଦ୍ର ନାହିଁ ତୁରନ୍ତ ସେଠାରେ ଗୃହ ନିର୍ମାଣ କରିବା ପାଇଁ ବିଧାୟକ କହିଥିଲେ ।  ବୈଠକରେ ଗୁରୁତ୍ୱର ସହ ଆଲେଚନା କରାଯାଇଥିଲା  ବଳପୁର ଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ସମ୍ପର୍କେ । ଏହି ମେଗା ପ୍ରକଳ୍ପ କାର୍ଯ୍ୟର ସମୟସୀମା ଶେଷ ହେବା ପରେ ମଧ୍ୟ କାମ ସରି ପାରୁନାହିଁ  ବୋଲି ଉପସ୍ଥିତ ଥିବା  ଜନପ୍ରତିନିଧି ମାନେ ଗୃହରେ ପ୍ରଶ୍ନ ଉଠାଇଥିଲେ । ସେହିପରି ସରକାରଙ୍କ ନିୟମ ଅନୁଯାୟୀ ଭର୍ତ୍ତାଟଙ୍କା ବ୍ୟାଙ୍କ ଆକଉଣ୍ଟକୁ ଯିବା ଫଳରେ କିଛି ହିତାଧିକାରୀ ଟଙ୍କା ଯେତିକି ପାଉଛନ୍ତି ସେତିକି ଟଙ୍କା ଗାଡି ଭଡାରେ ଦେବାକୁ ପଡୁଛି । ଏହା ସହିତ ବିଭିନ୍ନ ସମସ୍ୟା ଦେଖାଯାଉଛି ବୋଲି ନବ ନିର୍ବାଚିତ ସରପଞ୍ଚ ମାନେ କଥା ଉଠାଇଥିଲେ । ଏହି ଦୁଇଟି  ବିସୟରେ  ବୈଠକରେ ଆଲେଚନା କରାଯାଇଥିଲା ।   ବିଧାୟକଏକ ପ୍ରସ୍ତାବ ଦେଇଥିଲେ ଯେ ଏଥିପାଇଁ ସ୍ୱତନ୍ତ୍ର ଏକ ବୈଠକ କରିବା ପାଇଁ ।   ୨ ତାରିଖରେ ସ୍ୱତନ୍ତ୍ର ଭାବେ ଏକ ବୈଠକ ପଞ୍ଚାୟତ ସମିତିସଭା ଗୃହ ପରିସରରେ ଅନୁଷ୍ଠିତ  ହେବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା । ସେହିପରି ସତ୍ୟବାଦୀର ପଞ୍ଚସଖା ପଡିଆ ଦିନକୁ ଦିନ ସଂକୀର୍ଣ୍ଣ ହୋଇଗଲାଣି ଯାହା ଫଳରେକି ଅଁଳାନବମୀ ଯାତ୍ରା କରିବାରେ ବହୁ ଅସୁବିଧା ସୃଷ୍ଟି ହେଉଛି ବୋଲି ବିଧାୟକଙ୍କ ନଜରକୁ ଅଣାଯାଇଥିଲା । ବିଧାୟକ ଏ ସମ୍ପର୍କେ ଅଧିକାରୀ ମାନଙ୍କ ସହ ଆଲେଚନା କରିବେ ବୋଲି କହିଥିଲେ । ବ୍ଳକରେ ଚାଲିଥିବା ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ବିଭିନ୍ନ ବିଦ୍ୟାଳୟର ଉନ୍ନତି କରଣ କାର୍ଯ୍ୟ ଓ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କେ ଆଲେଚନା କରାଯାଇଥିଲା । ଏହି ବୈଠକରେ ଜିନିଜଣ ଜିଲ୍ଲାପରିଷଦ ସଭ୍ୟସଭ୍ୟ ଓ ଉପାଧ୍ୟକ୍ଷା ନିବେଦିତା ପାତ୍ର ଉପସ୍ଥିତ ରହି ଆଲେଚନାରେ ଅଂଶ ଗ୍ରହଣ କରିଥିଲେ ।  ବିଶେଷ କରି ପ୍ରେମାନନ୍ଦ ବେହେରା, ବସନ୍ତ ପ୍ରଧାନ ପ୍ରମୁଖ ଆଲେଚନାରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ ବିଡିଓ ଆଲେଚନା କରି କାର୍ଯ୍ୟକ୍ରମକୁ ଆଗେଇ ନେବେ ।  ଏହି ବୈଠକରେ ବ୍ଳକର ସହକାରୀ ନିର୍ବାହୀ ଯନ୍ତ୍ରୀ ଅମିତ୍ର ଗଜେନ୍ଦ୍ର, ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାକୟଙ୍କ ସହିତ ଜଳସେଚନ, ଆରଡି, କୃଷି, ଉଦ୍ୟାନ, ଶିକ୍ଷା, ସ୍ୱାସ୍ଥ୍ୟ, ଅଗ୍ନିଶମ, ପଶୁସମ୍ପଦ, ଯୋଗାଣ ବିଭାଗ ସହିତ ବ୍ଳକର ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୪/୨୦୨୨---୬, ୫୫    

  Sakhigopal News , 27/4/2022


Blog Archive

Popular Posts