>>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • >>
  • କଣାସରେ କଲବଲ କରୁଛି ହଇଜା ; କମିବାର ନାଁ ଧରୁ ନାହିଁ
  • >>
  • କରମଳାରେ ବନ ମହୋତ୍ସବ ପାଳିତ
  • >>
  • ଦାରୁଦେବତା ପୁସ୍ତକ ଉନ୍ମୋଚିତ;ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି -ଆଇଜି ହିମାଂଶୁ ଲାଲ କହିଲେ
  • >>
  • ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଠାରେ ରୋଟି ମେସିନ୍ ସ୍ଥାପନ
  • >>
  • ୟୁବି ହାଇସ୍କୁଲରେ ଏନ୍ ସିସି ପକ୍ଷରୁ ବନ ମହୋତ୍ସବ ପାଳିତ
  • >>
  • ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଟି ସ୍ଥାନରେ ଆକ୍ରମଣ, ଦୁଇ ଆହତ, ଦୁଇ ଗିରଫ
  • >>
  • ବାହାଡାପଦର ନୋଡାଲ ହାଇସ୍କୁଲ ଓ ରୋଟାରୀ କ୍ଳବ ତରଫରୁ ବନମହୋତ୍ସବ
  • >>
  • ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଅନୁଷ୍ଠିତ
  • >>
  • ସାକ୍ଷୀଗୋପାଳ ରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କୁ ସ୍ବାଗତ
  • ଗଞ୍ଜେଇ ଭର୍ତ୍ତି ଭ୍ୟାନ ଓଲଟି ପଡ଼ିଲା; ୨୬୫ କିଲୋ ଗଞ୍ଜେଇ ଜବତ , ଜଣେ ଗିରଫ

     The van filled with cannabis overturned; 245 kg of cannabis seized, one arrested.

    ଭଞ୍ଜନଗର: ରାସ୍ତା ରେ ଛକିରହିଥିଲେ ଅବକାରୀ ବିଭାଗ । ଚତୁରତାର ସହ  ଗଞ୍ଜେଇ ଭର୍ତ୍ତି ପିକ୍ଅପ୍ ଭ୍ୟାନ କୁ ନେଇ ଖସିପଳାଇବାକୁ ଚେଷ୍ଟା କରିଥିଲେ ନିଶା ମାଫିଆ । ତଥାପି ଅବକାରୀ ବିଭାଗ ଟିମ୍ ସେମାନଙ୍କ ପିଛା କରିଥିଲେ । ହେଲେ ଚୋରା-ବାଟ ସବୁବେଳେ ସମାନ ଯାଏନି । ଭାରସାମ୍ୟ ହରାଇ , ରାସ୍ତାରେ ଓଲଟି ପଡ଼ିଲା  ଗଞ୍ଜେଇ ଭର୍ତ୍ତି ପିକଅପ ଭ୍ୟାନ । ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗାଁ ନିକଟରେ ଓଲଟି ପଡିଥିଲା  । ଏହି ଦୁର୍ଘଟଣାରେ ଡ୍ରାଇଭର ଜଣକ ଆହତ ହୋଇଛି । 
    ସୂଚନା ପ୍ରକାରେ , କନ୍ଧମାଳ ରୁ ଭଞ୍ଜନଗର ଅଭିମୁଖେ ଏକ ପିକ୍ଅପ୍ ଭ୍ୟାନ୍ ରେ ଗଞ୍ଜେଇ ଭର୍ତ୍ତି ହୋଇ ଆସୁଥିବା ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲା   ଛତ୍ରପୁର ଅବକାରୀ ବିଭାଗ । ସେହି ଅନୁସାରେ  ଭଞ୍ଜ ନଗର ନିକଟ ସୋରାଦେବୀ ରାସ୍ତା ରେ ଜଗି ରହିଥିଲା ଅବକାରୀ ଟିମ୍ । ଆସୁଥିବା ପିକ୍ଅପ୍ ଭ୍ୟାନଟି  ଅବକାରୀ ବିଭାଗ ଗାଡିକୁ ଦେଖି ରାସ୍ତା ବଦଳାଇଥିଲା ।  ବ୍ରାହ୍ମଣପଦର ଗାଲେରୀ ରାସ୍ତା ଦେଇ ଭଞ୍ଜନଗର ଅଭିମୁଖେ ଖସି ପଳାଇବାକୁ ଚେଷ୍ଟା କରିଥିଲା । ହେଲେ ଦୃତଗତିରେ ଯାଉଥିବା ଭ୍ୟାନ୍ଟି ଗୁଜୁରାଳି ଗାଁ ନିକଟରେ ଭାରସାମ୍ୟ ହରାଇ ରସ୍ତା କଡ଼ରେ ଓଲଟି ପଡିଥିଲା ।  ଘଟଣାସ୍ଥଳରୁ ଗଞ୍ଜେଇ ଚାଲାଣ କରୁଥିବା ୨ ରୁ ୩ ଜଣ ଗଞ୍ଜେଇ ମାଫିଆ ଚମ୍ପଟ ମାରିଥିଲେ । ଆହତ ଡ୍ରାଇଭର ସଞ୍ଜୟ ବିନ୍ଧାଣିକୁ ଧରିବାରେ ସଫଳତା ହୋଇଥିଲା ଅବକାରୀ ଟିମ୍ । ଗଞ୍ଜେଇ ବୋଝେଇ ପିକଆପ ଭ୍ୟାନ୍ ଟି  ଫୁଲବାଣୀରୁ ପଶିମବଙ୍ଗ ଚାଲାଣ କରାଯାଉଥିବା କୁହାଯାଇଛି  । ଚାଲାଣ ହେଉଥିବା ୨୬୫ କେଜି ଗଞ୍ଜେଇ ଏବଂ ଦୁର୍ଘଟଣା ଗ୍ରସ୍ତ ପିକ୍ଅପ୍ ଭ୍ୟାନ୍ କୁ ଜବତ କରିଛି ଅବକାରୀ ବିଭାଗ  । ଏହି ଚଢାଉରେ ଛତ୍ରପୁର ଅବକାରୀ ବିଭାଗ ଏସ୍ ଆଇ ଦୁର୍ଯ୍ୟୋଧନ ଦିଗାଳ , ଏ ଏସ୍ ଆଇ ରବିନ୍ଦ୍ର କୁମାର ବିଶ୍ବାଳ , କୁମୁଦଚନ୍ଦ୍ର ନାୟକ ,  ଭଞ୍ଜନଗର  ଓ ଆଇ ସି ରମ୍ଭା ବାଗ ,   ଆସିକା ଅବକାରୀ ବିଭାଗ ଇନିସପେକ୍ଟର୍  ଧନଞ୍ଜୟ ପାତ୍ର ଙ୍କ ସମେତ ସନାତନ ନାଇକ, କୃଷ୍ଣଚନ୍ଦ୍ର ପ୍ରଧାନ ,  ଜଗନ୍ନାଥ ପ୍ରଧାନ   , ଛତ୍ରପୁର - ଭଂଜନଗର ଓ ଆସିକା ର ଅବକାରୀ  କର୍ମଚାରୀମାନେ ସାମିଲ ହୋଇଥିଲେ ।
    ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୪/୨୦୨୨---୯,୫୫ Sakhigopal News,20/4/2022

    Blog Archive

    Popular Posts