ଯାତ୍ରୀବାହୀ ଅଟୋ ଦୁର୍ଘଟଣାରେ ଜଣେ ମୃତ ; ଜଣେ ଆହତ
One killed in passenger auto accident; One was injured
ଭଞ୍ଜନଗର--ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରାଲୁଣ୍ଡା ଗାଁ ନିକଟରେ ଯାତ୍ରୀବାହୀ ଅଟୋ ଦୁର୍ଘଟଣା ଘଟି ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ , ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଛି । ମୃତ ଯାତ୍ରୀ ଜଣକ ଘୁ. ଉଦୟଗିରି ର କୋକେୟା ବେହେରା (୬୮) ବୋଲି ଜଣାପଡିଛି । ଆହତ ଅଟୋ ଡ୍ରାଇଭର ଚରଣ ଡାକୁଆ ଙ୍କୁ ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଖବର ପ୍ରକାରେ ଭଞ୍ଜନଗର ଅଞ୍ଚଳର ଅଟୋ ମାଲିକ ତଥା ଡ଼୍ରାଇଭର ଚରଣ ଡାକୁଆ ନିଜ ସ୍ତ୍ରୀ ଙ୍କୁ ଅଟୋରେ ଧରି , ଏକ ବିବାହଭୋଜିରେ ଯୋଗଦେବା ପାଇଁ ଉଦୟଗିରି ଯାଇଥିଲେ । ସେଠାରୁ ଫେରିବା ସମୟରେ ଉଦୟଗିରି ଅଞ୍ଚଳର କୋକେୟା ବେହେରା ନାମକ ଜଣେ ମହିଳା , ଭଂଜନଗର ଆସିବା ପାଇଁ ଉଦୟଗିରି ବସଷ୍ଟାଣ୍ଡ ନିକଟରେ ଅପେକ୍ଷା କରିଥିଲେ । ସଂପୃକ୍ତ ଅଟୋଟି ଭଞ୍ଜନଗର ଆସୁଥିବାରୁ , ସେଥିରେ ବସି କୋକେୟା ମଧ୍ୟ ଆସୁଥିଲେ । ହେଲେ ଭଞ୍ଜନଗର ଫେରିବା ରାସ୍ତାରେ , ଦଦରାଲୁଣ୍ଡା ଗାଁ ନିକଟରେ ଚାଲିଥିବା ରାସ୍ତାକାମ ରେ ଥିବା ଏକ ଖାଲରେ ପଡ଼ି ଅଟୋ ଦୁର୍ଘଟଣା ହୋଇଥିଲା । ଘଟଣା ସ୍ଥଳରେ ଅଟୋ ଡ୍ରାଇଭର ଚରଣ ଓ ଯାତ୍ରୀ କୋକେୟା ବେହେରା ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଘଟଣା ସ୍ଥଳରୁ ଉଧାର କରି ଭଂଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କୋକେୟା ବେହେରା ଙ୍କ ମୃତ୍ୟୁ ହୋଇଥିଲା । ଆହତ ଚରଣ ଡାକୁଆ ଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ଘଟଣା ସ୍ଥଳରେ ଭଞ୍ଜନଗର ଥାନା ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି , ଘଟଣା ର ତଦନ୍ତ ଚଳାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୨୪/୪/୨୦୨୨---୧୦--୪୦ Sakhigopal News,24/4/2022