Breaking News

ଧର୍ମ ପରାୟଣ ମହିଳାଙ୍କର ପରଲୋକ

The afterlife of religious women
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ଗ୍ରାମର ସ୍ଵର୍ଗତ ତ୍ରିବିକ୍ରମ ବେହେରା ଙ୍କ ଧର୍ମପତ୍ନୀ ତପସ୍ୱିନୀ ବେହେରା ୭୭ ବର୍ଷ ବୟସରେ  ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣ, ପରୋପକାରୀ ମହିଳା ଥିଲେ । ତାଙ୍କର ବିଯୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ମୃତସଜ୍ଜା ନିକଟରେ ପୁତ୍ର, ବୋହୁ, ନାତି ନାତୁଣୀ ଉପସ୍ଥିତ ରହି ଥିଲେ।  ଶେଷ ଦର୍ଶନ କରିବା ପାଇଁ ବହୁ ବହୁମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ଶବାଧାରରେ ଗ୍ରାମର ସମସ୍ତ ଭଦ୍ର ବ୍ଯକ୍ତି ସାମିଲ ହୋଇଥିଲେ। ତିନି ପୁଅ ଗଂଗାଧର, ବିରୂପାକ୍ଷ, ଉମେଶ, ଦୁଇ ଝିଅ ଗୀତା, ସ୍ମିତାରାଣୀ ଓ ନାତି ନାତୁଣୀ ଛାଡି ଯାଇଛନ୍ତି। ସଂକ୍ରିଡା ଶ୍ମଶାନ ଘାଟରେ ମରଶରୀର କୁ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର  ବଡ ପୁଅ ଗଂଗାଧର ବେହେରା ମୁଖାଗ୍ନି ଦେଇଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୯/୪/୨୦୨୨----୯,୦୫ Sakhigopal News,19/4/2022

Blog Archive

Popular Posts