Breaking News

ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

 ଭଞ୍ଜନଗର, ----, ବେଲଗୁଣ୍ଡା ବ୍ଲକ ଅନ୍ତର୍ଗତ ଧୁମୁଛାଇ ସରକାରୀ ଉନ୍ନୀତ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ଅଶୋକ କୁମାର ବେହେରାଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।  ବିଦାୟ ସମ୍ବଦ୍ଧନା ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି. ଜୟଗୋପା ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ପ୍ରଦୀପ ପ୍ରଜ୍ଜଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷାର୍ଥୀ ତ‌ଥା ଶିକ୍ଷକ, ଶିକ୍ଷୟିତ୍ରୀ ବିଦାୟୀ ଶିକ୍ଷକ ଶ୍ରୀ ବେହେରାଙ୍କ ଏହି ବିଦ୍ୟାଳୟରେ ଦୀର୍ଘ ୨୫ ବର୍ଷର କାର୍ଯ୍ୟଦକ୍ଷତା, ସମୟାନୁବର୍ଷିତା, ନିଷ୍ଠାପରତା ଓ ସମସ୍ତଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଉପରେ ଆଲୋଚନା କରିଥିଲେ । ପରିଶେଷରେ ଶ୍ରୀ ବେହେରାଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର, ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ କରି ସମ୍ବନ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଶ୍ରୀ ବସନ୍ତ କୁମାର ଗୌଡ଼, ଶ୍ରୀମତୀ ପି.ଅରୁଣା, ଶ୍ରୀମତୀ ଶୁଭଶ୍ରୀ ଷଡ଼ଙ୍ଗୀ, ଶ୍ରୀମତୀ ପ୍ରିୟଙ୍କା ପ୍ରଧାନ, ଶ୍ରୀମତୀ ମଂଜୁଳା ବେନୁଆ ରାୟ, ଶ୍ରୀମତୀ ଅନିତା ମଳିକ, ଶ୍ରୀମତୀ କମଳିନୀ ମହାପାତ୍ର, ଶ୍ରୀମତୀ ସାବିତ୍ରୀ ଦେବୀ, ଶ୍ରୀମତୀ କବିତା ଭଟ୍ଟ, ସୁଶ୍ରୀ ସୁରେଖା ପ୍ରଧାନ, ଶ୍ରୀ ପ୍ରଭାତ ମହାରଣା ଓ ଶ୍ରୀ ପ୍ରଶାନ୍ତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୫/୭/୨୦୨୫---୭,୪୫ Sakhigopal News,25/7/2025

Blog Archive

Popular Posts